Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଆକାମାବୈ
ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ – ଏଇ ଚାରିମାସର ପ୍ରଥମ ଅକ୍ଷର l ଏଇ ଚାରିମାସ ବର୍ଷର ପୁଣ୍ୟମାସ l ଆମର କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଏଇ କଥା କୁହାଯାଏ l ମୁଖ୍ୟଃତ ଏଇ ଚାରି ମାସରେ ଚକୁଳିଆ ପଣ୍ଡାମାନେ ଗାଁ ଗାଁ ବୁଲି ଭିକ୍ଷା କରନ୍ତି ଓ ଏଇ ଚାରି ମାସରେ ପୁଣ୍ୟପ୍ରାପ୍ତି ନିମିତ୍ତ ଦାନ ଧ୍ୟାନାଦି କରାଯାଏ l
ଆକାଶଦୀପ
କାର୍ତ୍ତିକ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚଉରାମୂଳେ ପୋତାଯାଉଥିବା ବାଉଁଶ ଉପରକୁ ଉଠାଯାଉଥିବା ଘିଅଦୀପ l ଗୋଟିଏ ଛିଦ୍ରଥିବା ମାଟିହାଣ୍ଡିରେ ତଳେ ବାଲି ଓ ଗୋବର ରଖାଯାଇ ଏହା ଉପରେ ଦୀପ ରଖାଯାଏ l ଏହାକୁ ଏକ ଶିକାରେ ରଖି, ବାଉଁଶ ଅଗରେ ଥିବା ଶଗଡ଼ିରେ ଦଉଡ଼ା ଲଗାଯାଇ ଏଇ ଦୀପ ଉପରକୁ ଉଠାଯାଏ l ସଂପୃକ୍ତ ହାଣ୍ଡି ଆକାଶହାଣ୍ଡି, ବାଉଁଶ ଆକାଶବାଉଁଶ ରୂପେ ପରିଚିତ l ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଭଳି ଦୀପଦାନ ବିଧି ରହିଛି l
ଆକତା
ଅଣନିଶ୍ଵାସୀ ହେବା l
ଆକାଶବାଉଁଶ
୧. କାର୍ତ୍ତିକ ମାସରେ ଆକାଶଦୀପ ଦେବାପାଇଁ ଚଉରା ମୂଳରେ ପୋତା ଯାଉଥିବା ଉଚ୍ଚବାଉଁଶ l
୨. ବାଉଁଶରାଣୀ ଖେଳରେ ଖେଳ ଦେଖାଇବା ପାଇଁ ପୋତାଯାଇଥିବା ବାଉଁଶ l
ଆକାଶମଲ୍ଲୀ
ଏକ ପ୍ରକାରର ବାଣ, ଯାହା ଅତି ଉପରକୁ ଉଠେ ଓ ଉଜ୍ଜ୍ଵଳ ଆଲୋକ ପ୍ରଦାନ କରେ l
ଆଖଡ଼ା
ଆଖେଡ଼ା l ମଲ୍ଲଶାଳା, ସଭା, ଦରବାର, ରଙ୍ଗଶାଳା, ରଙ୍ଗଭୂମି, ନୃତ୍ୟଶାଳା l ଆଖଡା ପିଲାକୁ ଗୋଟିପୁଅ କୁହାଯାଏ l ଆଖଡ଼ା ଏକ ପାରମ୍ପରିକ ପ୍ରତିଷ୍ଠାନ, ଏହା ଅଧୀନରେ କେତୋଟି ଜାଗାଘର ଥାଏ l ଆଖଡ଼ାରେ କୁସ୍ତି, କସରତ, ନାଟ ତାମସା ଇତ୍ୟାଦି ପ୍ରଶିକ୍ଷଣ କରାଯାଏ l
ଆଖଡ଼ାଗୁରୁ
ଆଖଡ଼ାଶିକ୍ଷକ, ନୃତ୍ୟଗୁରୁ, ଓସ୍ତାଦ୍, ନିର୍ଦ୍ଦେଶକ l
ଆଖଡ଼ାଘର
ନାଚ, ଗୀତ, ବାଦ୍ୟ, ବ୍ୟାୟାମ ଇତ୍ୟାଦିର ଶିକ୍ଷାକେନ୍ଦ୍ର l
ଆଖିଡ଼ି
ଡଙ୍ଗା ଯାତ୍ରୀଙ୍କ ଗୋଡ଼ରେ ପାଣି ନଲାଗିଵା ପାଇଁ ଡ଼ଙ୍ଗାର ତଳେ ପଡିଥିବା ତଲେଇ l
ଆଗ ପତରିଆ
୧. ପଂକ୍ତି ଭୋଜନ ବେଳେ ପ୍ରଥମେ ପଡ଼ିଥିବା ପତ୍ରରେ ଖାଦ୍ୟ ପରିବେଷଣ l ୨. ସମାଜର ମୁଖ୍ୟବ୍ୟକ୍ତି l
ଆଗାଡ଼ିଭାର
ବିବାହ ପାଇଁ ବର ଶଶୁର ଘର ବା କନ୍ୟାଘରକୁ ଯିବା ପୂର୍ବରୁ, ବରପକ୍ଷରୁ କନ୍ୟାଘରକୁ ପଠାଯାଉଥିବା ଆଗୁଆ ଭାର ସାମଗ୍ରୀ l
ଆଗୁଆଣିସେନା
ଯୁଦ୍ଧ ସମୟରେ ଶତ୍ରୁ ପକ୍ଷକୁ ଦମନ କରିବା ନିମିତ୍ତ ଯାଉଥିବା ପ୍ରଥମ ଅଭିଯାତ୍ରୀ ସୈନ୍ୟଦଳ l
ଆଗୁଆଳି
କୁରାଢ଼ିର ଧାରପଟ l
ଆଙ୍କୁ
ବାଡ଼ ଦେବା ପାଇଁ ବ୍ୟବହୃତ ଏକ ପ୍ରକାର ଅନାବନା ଗଛ l
ଆଙ୍କୁଡ଼ା.(ଡ଼ି)
୧. ଲଗି l ଫୁଲ ଓ ଫଳ ପ୍ରଭୃତି ତୋଳିବା ପାଇଁ ସରୁଆ କାଠ ବାଡ଼ି ବା ସରୁ ବାଉଁଶ ଅଗରେ ବନ୍ଧାଯାଇଥିବା ଛୋଟ ଡାଂଗ, ଏହା ସାହାଯ୍ୟରେ ଉଚ୍ଚସ୍ଥାନରୁ ଫୁଲ ଓ ଫଳ ପ୍ରଭୃତି ତୋଳାଯାଇଥାଏ l
୨. ହାରର ଦୁଇ ମୁଣ୍ଡକୁ ଯୋଡ଼ିବାକୁ ବ୍ୟବହୃତ ଅଗ ବଙ୍କା ଥିବା ମୁଦିଆ l
ଆଚନ୍
ଦଉଡ଼ିଆ ଖଟର ବୁଣାକୁ ଟାଣ ରଖିବା ପାଇଁ, ଏହାର ଗୋଡ଼ ଆଡ଼େ ବନ୍ଧାଯାଉଥିବା ଦଉଡ଼ି l
ଆଚମନ
ହାତ, ମୁହଁ ଇତ୍ୟାଦି ଧୋଇବା, ପୂଜା, ଭୋଜନର ପୂର୍ବରୁ ଓ ପରେ ହାତ ଚକିରେ ସାମାନ୍ୟ ଜଳପାନ l
ଆଚାର
ତେଲ ମସଲା, ଲଙ୍କା ଇତ୍ୟାଦି ଦେଇ ଆମ୍ବ, ଲେମ୍ବୁ ଇତ୍ୟାଦିର ଖଟାଳିଆ ଦ୍ରବ୍ୟ ପ୍ରସ୍ତୁତି l
ଆଟଣା
୧. ମଧ୍ୟମ ଧରଣର ହାଣ୍ଡି ଆଟିକା l ୨. ଛୋଟ ଆକାରର ମାଟି ହାଣ୍ଡି l ୩. ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଅନ୍ନ ବ୍ୟଂଜନାଦି ରଖିବା ନିମିତ୍ତ ବ୍ୟବହୃତ ଛୋଟ ମାଟିହାଣ୍ଡି l
ଆଟିକା