Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ହେଣ୍ଡା
ହାବୁଡ଼ା, କାଖରେ କହୁଣୀ ପିଟା ଶବ୍ଦ l
ହେତା
ଭାଗଚାଷ ପାଇଁ ନିର୍ଦ୍ଦିଷ୍ଟ ଚୁକ୍ତିରେ ଜମି ଦେବା l
ହେରାପଞ୍ଚମୀ
ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନ ଗୁଣ୍ଡିଚା ମନ୍ଦିରକୁ ରଥଯାତ୍ରାରେ ଯାଇଥିବା ଜଗନ୍ନାଥଙ୍କୁ ଲକ୍ଷ୍ମୀ ଦେଖିବାକୁ ଯାଆନ୍ତି ଓ ରାଗରେ ଜଗନ୍ନାଥଙ୍କ ରଥକୁ ଆଘାତ କରି ଖଣ୍ଡେ କାଠ ଆଣି ଫେରିଆସନ୍ତି l
ହେରିଆ ଖେଳିବା
ପାଲଟଣାଡଙ୍ଗା ବା ଜାହାଜରେ ପବନ ଅନୁକୂଳ ନହେଲେ ବା ଦିଗମୋଡିଲେ, ଡଙ୍ଗା ପାଣିରେ ଇତସ୍ତତଃ ଚହଲିବା ଓ ପବନ ଅନୁଯାୟୀ ପାଲ ବନ୍ଧାଯିବା l
ହୋମ
ଦେବଯଜ୍ଞ, ଦେବତା ଏବଂ ଗ୍ରହାଦିଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରି ଜଳନ୍ତା ନିଆଁରେ ଘୃତ ଆହୁତି ଦେବା l
ହୋମକୁଣ୍ଡ
ହୋମ କରାଯିବା ନିମିତ୍ତ ତିଆରି ଗାଡୁଆ ଚଉଆଂଶିଆ ମାଟିପାତ୍ର l
ହୋରିଖେଳ
ହୋଲିଖେଳ, ଦୋଳପୁନିଅଁ ପୂର୍ବଦିନ ହେଉଥିବା ଅବିର ଫିଙ୍ଗା ଖେଳ ଓ ରାଧାକୃଷ୍ଣଙ୍କ ଅବିର ଲାଗି ଉତ୍ସବ l
କ୍ଷଣ କରିବା
ଡଙ୍ଗା ମେଲିବା, ନଈର ଆରପାରିକୁ ଯିବାକୁ ଡଙ୍ଗା ଚଳାଇବା l
କ୍ଷୟା
କ୍ଷୟାତିଥି, ଚନ୍ଦ୍ରକ୍ଷୟ ଗଣନା ଓ ତିଥିକୁ ପୂର୍ବ ତିଥି ସହିତ ମିଶାଇ ଗଣିବା, ହଳ ଓ ଘରଛପରାଦି କାମ ବନ୍ଦ କରିବା l
କ୍ଷାର
ସାଜିମାଟି, ଲୁଣିମାଟି, ଖାରିମାଟି l
କ୍ଷିଅ
୧. ଖିଅ, ସୁତାର ସୋରି l ୨. ଅଡୁଆ ସୂତାର ଗୋଟିଏ ମୁଣ୍ଡ l ୩. ମାଛ ଧରିବା ଜାଲ l
କ୍ଷିରପୁଳି
ରାବିଡି ପୁରଦିଆ ଏକପ୍ରକାର ପିଠା l
କ୍ଷିରମୋହନ
ବଡ ରସଗୋଲା l
କ୍ଷିରାବାଜିଆ
ସୁନା ଅଳଂକାରରେ ଲାଗୁଥିବା ଏକ ପ୍ରକାର ଚକତି l
କ୍ଷିରି
ଦୁଧରେ ଅରୁଆ ଚାଉଳ ଓ ଚିନି ଦେଇ ପ୍ରସ୍ତୁତ ଖିରି l
କ୍ଷିରିକୋଳି
ବଉଳ ଜାତୀୟ କୋଳି, ଏହା ଖଟାଳିଆ ଓ ଏଥିରେ ବଡ ମଞ୍ଜିଥାଏ l
କ୍ଷିରିପିଠା
ବିବାହ, ବ୍ରତାଦି ଉତ୍ସବରେ ପରିବେଷିତ ଖିରି ଓ ଆରିସା ପିଠା l
କ୍ଷିରିସା
ଚାଉଳ ଓ ନଡିଆ ରସରେ ଗୁଡ ଦିଆଯାଇ ରନ୍ଧା ହୋଇଥିବା ପତଳା ଅଟକାଳି l
କ୍ଷୀରଗଜା
ଖାସ୍ତାଗଜା, ମଇଦା ସହିତ ଚିନି, ଘିଅ; ଦିଆଯାଇ ପ୍ରସ୍ତୁତ ହେଉଥିବା ମିଷ୍ଟାନ୍ନ l
କ୍ଷୁର