Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସଅ(ହ)ଳ
ହଳପାଇଁ ଉଦ୍ଦିଷ୍ଟ ଯୁଆଳିରେ ମରାଯାଇଥିବା କିଳା, ଏହାର ବାହାର ପାଖ ଅଂଶଟି ବଳଦ କାନ୍ଧରେ ରଖାଯାଏ ଓ ଏଥିରେ ଲାଗିଥିବା ଦଉଡିରେ ବଳଦ ବେକରେ ବନ୍ଧାଯାଏ l
ସଅଁବାର
ସୋମବାର, ଶିବଙ୍କ ବାର, ସୋମବାରରେ କରାଯାଉଥିବା ଉପବାସ l
ସଇବସିବା
ପରସ୍ପର ସହି ରୂପେ ବନ୍ଧୁତା କରିବା ଓ ପରସ୍ପରର ନାଁ ଧରି ‘ସଇ’ ବୋଲି ସଂବୋଧନ କରିବା l
ସଉଆସେର
ଏକ ସେରରୁ ଏକ ଚତୁର୍ଥାଂଶ ବା ପାଏ ଅଧିକ ପରିମାଣର ସେର l
ସଉତୁଣୀ
ଏକ ପତିର ଏକାଧିକ ପତ୍ନୀଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ l
ସଉପ
ସପ, ମସିଣା l
ସଂକରାନ୍ତି
ସଂକ୍ରାନ୍ତି, ସୌରମାନ ମାସ ଗଣନାର ଶେଷ ଦିବସ l ଏଇଦିନ କରାଯାଉଥିବା ଓଷା, ହୋମାଦି କର୍ମ l
ସଂକଳ୍ପ
ମନୋବାଞ୍ଛା, ଇଚ୍ଛା l ମନର ଦୃଢ ପ୍ରତିଜ୍ଞା l ବ୍ରତ, ପୂଜାଦି ପୂର୍ବରୁ ତମ୍ବାପାତ୍ରରେ ଜଳ, ଗୁବାକ, ଚନ୍ଦନ, ତୁଳସୀ, କୁଶ ରଖି ମନ୍ତ୍ରପାଠ ସଂକଳ୍ପ ବାଚନ କରାଯାଏ l
ସଂକୀର୍ତ୍ତନ
ଦେବତାଙ୍କ ନାମ ଉଚ୍ଚାରଣ, ସ୍ତୁତିଗାନ, ଖୋଳ, କରତାଳାଦି, ବାଦ୍ୟ ସହିତ ସ୍ତୁତିଗାନ l
ସଂକୀର୍ତ୍ତନ ଆଖେଡ଼ା
କୀର୍ତ୍ତନ ଶିକ୍ଷା, ପ୍ରଶିକ୍ଷଣ l
ସଂକୀର୍ତ୍ତନ ମଣ୍ଡଳ(ଳି)
ସଂକୀର୍ତ୍ତନକାରୀ ଦଳ l ଏଇ କାର୍ଯ୍ୟପାଇଁ ଏମାନଙ୍କୁ ସମ୍ମାନରେ ନିମନ୍ତ୍ରଣ କରାଯାଏ l
ସଂକୀର୍ତ୍ତନମେଳଣ
ସଂକୀର୍ତ୍ତନ ପ୍ରତିଯୋଗିତା ପାଇଁ ବିଭିନ୍ନ ସଂକୀର୍ତ୍ତନ ଦଳ ଏକାଠି ହୋଇ କରୁଥିବା କୀର୍ତ୍ତନ ପ୍ରତିଯୋଗିତା l
ସଖିନାଟ
୧. କଣ୍ଢେଇନାଟ l କଣ୍ଢେଇ ପଛରେ ଘୋଡାବାଳ ଲଗାଇ, ଏଇ ବାଳକୁ ହଲାଇ ପିତୁଳାମାନଙ୍କୁ ନଚାଇବା l୨. ସଖୀକଣ୍ଢେଇକୁ ହାତରେ ଧରି ଗୀତଗାଇ ନଚାଯିବା l ୩. ସଖୀପିଲା ଗୀତ ବୋଲି ନାଚିବା l ବାଳକମାନେ କିଶୋରୀ ବେଶ ହୋଇ ସଖୀନାଟ କରନ୍ତି l
ସଗା
ଲଙ୍ଗଳମୁଣ୍ଡାରେ ଥିବା ଲଙ୍ଗଳଦଣ୍ଡ ଅଥବା କୋଡିବେଣ୍ଟକୁ ତଳମୁହାଁ କରିବା l
ସଙ୍ଖୁଡ଼ି
ଭାତ, ଡାଲି, ତରକାରୀ ଇତ୍ୟାଦି ଜଳପାକ ଖାଦ୍ୟ, ଅଇଁଠା l
ସଙ୍ଖୁଡ଼ି ପ୍ରସାଦ
ଭୋଗ, ଅଭଡା, ଡାଲି, ଅନ୍ନ, ମହାପ୍ରସାଦ ଇତ୍ୟାଦି l
ସଙ୍ଖୁଡ଼ିହେବା
ଅନ୍ନ ବ୍ୟଂଜନାଦି ଛୁଇଁବା, ହାଣ୍ଡିରୁ ଭାତ ବାଢିବା, ଅନ୍ୟକୁ ପରିବେଷଣ କରିବା ଦ୍ଵାରା ସଙ୍ଖୁଡି ବା ଅଇଁଠା ହୁଏ l
ସଙ୍ଖୁଳା
ସଙ୍ଖୋଳା l ଶଙ୍ଖ ବାଦ୍ୟ ସହିତ ପ୍ରେରିତ ବେଭାର l ଝିଅ, ଜ୍ଵାଇଁ, ବୋହୂ ନିମନ୍ତ୍ରଣ ପାଇଁ ଏପରି ବେଭାର ପ୍ରେରିତ ହୁଏ l
ସଙ୍ଗା
ଚାଳତଳେ ଓ କାନ୍ଥ ଉପରେ ଥିବା ଭାଡ଼ି l
ସଙ୍ଗୀତ