Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଠ ଠା ଠି
ଦୁରବସ୍ଥା, ଶୋଚନୀୟ ଅବସ୍ଥା l
ଠକରା
ଠକ୍ ଠକ୍ ଶବ୍ଦ ସୃଷ୍ଟି କରୁଥିବା ବାଉଁଶ ତିଆରି ଏକ ପ୍ରକାରର ବାଦ୍ୟ l
ଠଣା
୧. କଣମୁଛା, କାନ୍ଥକୁରା; ମାଟି କାନ୍ଥରେ କୌଣସି ଜିନିଷ ରଖିବା ନିମିତ୍ତ କରାଯାଇଥିବା ଖୋପ l ୨. ଛାଉଣି, ଶିବିର l
ଠସ
ଲୁହା, ତମ୍ବା, କଂସା, ପିତଳ, ସୁନାରୁପା ଆଦି ଧାତୁ ତିଆରି କରିବା ନିମିତ୍ତ ବ୍ୟବହୃତ ଛାଞ୍ଚ l
ଠାଆ
୧. ସ୍ଥାନ l ୨. ଖାଇବା ସ୍ଥାନରେ ଜଳପାତ୍ର ଇତ୍ୟାଦି ରଖିବା ନିମିତ୍ତ ଭୂମିରେ ମୁରୁଜ ଦ୍ଵାରା ଲେଖାଯିବା ଚିତ୍ର l
ଠାଆପିଢ଼ା
ଖାଇବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରି, ମୁରୁଜ ପକାଇ, ଖାଇ ବସିବା ନିମିତ୍ତ ପିଢ଼ା ପକାଇବା l
ଠାଆବଢା
ଖାଇବା ସ୍ଥାନରେ ସଜ୍ଜା ଯାଇଥିବା ଖାଦ୍ୟ ସାମଗ୍ରୀ l
ଠାଆସଜ
ଖାଇବା ପାଇଁ ଉଦ୍ଦିଷ୍ଟ ବାସନ, ଜଳପାତ୍ର, ପିଢ଼ା ଇତ୍ୟାଦି ସରଞ୍ଜାମ l
ଠାଉଆ
ଆଗରୁ କୌଣସି ଜିନିଷ ଠାବ କରି ପରେ ଚୋରି କରୁଥିବା ଛୋଟ କାଟିଆ ଚୋର l
ଠାକରା
୧. ତୁମ୍ବବାଣ | ୨. ଦେଉଳ ଉପରେ ସର୍ବଶେଷରେ ମୁଦା ଯାଉଥିବା ପଥରଖଣ୍ଡ l ୩. ଚୁଲିଝିଙ୍କା l ୪. ଖପରା l
ଠାକୁର
ଦିଅଁ, ଦେବତା, ପୁରୋହିତ, ବ୍ରାହ୍ମଣ l
ଠାକୁରରାଜା
ପୁରୀର ରାଜା l ପୁରୀର ଗଜପତି ବଂଶୀୟ ରାଜା l ହିନ୍ଦୁ ଜାତିର ଉପାସ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ପରମ ସେବକ ଓ ମାର୍ଫତଦାର ହୋଇଥିବାରୁ ତାଙ୍କୁ ଠାକୁରରାଜା କୁହାଯାଏ l
ଠାକୁରାଣୀ
୧. ଦେବୀ l ୨. ଗ୍ରାମଦେବତୀ l ୩. ଶୀତଳା ଦେବୀ l ୪. ବସନ୍ତ ରୋଗ l ବସନ୍ତ ଭଳି ବାୟୁବାହିତ ସଂକ୍ରାମକ ରୋଗକୁ ଲୋକେ ଠାକୁରାଣୀ ବା ବସନ୍ତେଇ ବିଜେ ହେଲେ ବୋଲି କହନ୍ତି ଓ ପଣାପାଣି ସମର୍ପଣ କଲେ ଏଇ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ଵାସ କରନ୍ତି l
ଠାକୁରାଣୀ ଲାଗିବା
କାଳିସୀ ଲାଗିବା, ଠାକୁରାଣୀ ଉଭା ହେବା, ମଣିଷ ଦେହରେ ଗ୍ରାମଦେବୀଙ୍କର ଆବିର୍ଭାବ l ଠାକୁରାଣୀ ସବାର ସାଜିଥିବା ଲୋକକୁ କାଳିସୀ କୁହାଯାଏ l ତା’ର ଅଦ୍ଭୁତ ଆଚରଣ ଦେଖାଦିଏ l ସେ ଜିଭ କାଢ଼େ, ଅସ୍ଥିର ପଦରେ ନୃତ୍ୟ କରେ, ଠାକୁରାଣୀ ଓହ୍ଲାଇଯିବା ପରେ ସ୍ଵାଭାବିକ ଅବସ୍ଥାକୁ ଫେରିଆସେ l
ଠାକୁରାଣୀଗାଧୁଆ
୧. ଠାକୁରାଣୀ ମାଜଣା l ୨. ତିନିଦିନ ରଜ ପାଳିବା ପରେ ଦେବୀ ବସୁମତୀଙ୍କୁ ସ୍ନାନ କରାଇ ପୂଜା ଓ ବନ୍ଦାପନା କରିବା l ୩. କୌଣସି ମାନସିକ ପୂରଣ ପାଇଁ ଦେବୀଙ୍କୁ ହଳଦୀପାଣି, ଚୂଆ, ଚନ୍ଦନାଦି ଦେଇ ସ୍ନାନ ପରେ କଳା, ସିନ୍ଦୂର, ନୂଆ ବସ୍ତ୍ର ପ୍ରଦାନାଦି ବିଧି l
ଠାକୁରାଣୀଯାତ୍ରା
ଫଗୁଣ ଶୁକ୍ଳ ଦ୍ଵିତୀୟାଠାରୁ ଚୈତ୍ର ମାସ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ଦେବୀ ଉପାସନା ଉତ୍ସବ l ଏଥିପାଇଁ ବ୍ରହ୍ମପୁର ପ୍ରସିଦ୍ଧ l ଏଇ ଉଦ୍ଦେଶ୍ୟରେ କାଠ ଖୁମ୍ବ ପୋତାଯାଏ, ଚୈତ୍ର ମାସର ମଙ୍ଗଳବାର ଦିନ ତାରା-ତାରିଣୀ ଦେବୀଙ୍କ ପୂଜା କରାଯାଏ ଓ ଶେଷରେ ପଶୁ ପକ୍ଷୀ ବଳି ଦିଆଯାଏ l
ଠାପୁଆ
କାମରେ ଠକୁଥିବା ଲୋକ l
ଠାୟାଁ
ବିଧବା ନାରୀକୁ ପୁନର୍ବିବାହ କରିଥିବା ପୁରୁଷ l ଠାୟାଁ, ଠାୟାଁଣିଙ୍କ ଗର୍ଭଜାତ ପୁତ୍ର l
ଠାୟାଁଣି
ପୁଣି ବାହା ହୋଇଥିବା ବିଧବା l
ଠାର