Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଟଉ
ରଙ୍ଗା ମିଶା ଧାତୁ l ଏଥିରେ ଚାରିଭାଗ ଟିଣ ଓ ଏକ ଭାଗ ସୀସା ଥାଏ l ବିବିଧ ବାସନ ଏବଂ ସୁନା ଅଳଂକାର ଝଳେଇ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ l
ଟକାଫାନ୍ଦ
ଦଉଡିରେ ପଡୁଥିବା ଏକ ପ୍ରକାର ଫାଶ, ମୁଖ୍ୟତଃ ପଶୁ ପକ୍ଷୀ ଧରିବା ନିମିତ୍ତ ଏ ପ୍ରକାରର ଫାଶ ବସାଯାଏ l
ଟକୁଆଆମ୍ବୁଲ
ଚୋପାଛଡା କଞ୍ଚା ଆମ୍ବକୁ ଦୁଇ ବା ଚାରିଫାଳ କରି କାଟି, ଏଥିରୁ କୋଇଲି କାଢି ଖରାରେ ଶୁଖାଇ ଏଥିରୁ ପ୍ରସ୍ତୁତ କରାଯାଉଥିବା ଆମ୍ବୁଲ l
ଟଙ୍କତୋରାଣି
ଅତି ଖଟା ତୋନି l ଆମ୍ବିଳା ଦହି, ଟଭାପତ୍ର, ଲୁଣ ଇତ୍ୟାଦି ମିଶାଯାଇ ଏହା ପ୍ରସ୍ତୁତ ହୋଇଥାଏ l
ଟଙ୍କା
ଷୋଳ ଅଣା ମୂଲ୍ୟର ରୁପାମୁଦ୍ରା l ଏହା ଏକ ତୋଳା ଓଜନ ବିଶିଷ୍ଟ ଥିଲା l ଏକ ଟଙ୍କା = ୧୬ ଅଣା, ୪ ସୁଉକି, ୨ ଅଧୁଲି, ୬୪ ପଇସା l ମାତ୍ର ଏବେ ଏହା ୧୦୦ ପଇସା l
ଟଙ୍କାର
ଧନୁରେ ତୀର ମାରିବା ବେଳେ ଧନୁର ଜ୍ୟାକୁ ଟାଣି ପୁଣି ଛାଡିବା ସମୟର ଟଂ ଟଂ ଶବ୍ଦ l
ଟଙ୍କି
ଲାଖରାଜ ଭୂମି ନିମିତ୍ତ ନାମକୁ ମାତ୍ର ଦେୟ ରାଜକର l ଓଡ଼ିଶାର କେତେଜଣ ରାଜା ଅତୀତରେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣମାନଙ୍କ ନିମିତ୍ତ କିଛି ଭୂ-ସଂପତ୍ତି ଦାନ କରିଥିଲେ l ଏଇ ସଂପତ୍ତି ଉପରେ ସେମାନେ ନମକୁ ମାତ୍ର ସାଧାରଣ କର, ବ୍ରାହ୍ମଣମାନଙ୍କ ଉପରେ ଧାର୍ଯ୍ୟ କରାଯାଇଥିଲା l ଏଇ କର ଥିଲା ଟଙ୍କି l ଏହା ବାଟି ଟଙ୍କି, ବାହେଲି ଟଙ୍କି, ଦେବୋତ୍ତର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇତ୍ୟାଦି ବିଭିନ୍ନ ଭାଗରେ ବିଭକ୍ତ ଥିଲା l
ଟଙ୍କିଜମା
ଟଙ୍କି ବୃତ୍ତି ଉପରେ ଧାର୍ଯ୍ୟ କରାଯାଇଥିବା ନାମ ମାତ୍ର ଖଜଣା ଦେୟ l
ଟଙ୍ଗ
୧. ଟାଙ୍ଗିଆ, କାଠହଣା ଶସ୍ତ୍ର l ୨. ଖଣତି, ମାଟିଖୋଳା ଶସ୍ତ୍ର l ୩. ଚାରି ମାସର ପରିମାଣ l ୪. ମଝି ଢିପ ଥିବା ହେତୁ ସମତଳ ଭାବରେ ଭୂମିରେ ରଖାଯାଇ ପାରୁ ନଥିବା ପଥର ଖଣ୍ଡ l ୫. ଜଙ୍ଘ, ଫଡ଼ିଆ l
ଟଙ୍ଗଟଙ୍ଗ
ଜମିକୁ ଭଲ ଭାବରେ ଚାଷ ନକରି ଉପର ଠାଉରିଆ ଭାବରେ କରାଯାଉଥିବା ଚାଷକାମ l
ଟଙ୍ଗା
ଖଇଛଡ଼ା l ଖଇରୁ ଧାନ ବାଛି ବାହାର କରିବା ନିମିତ୍ତ ବାଉଁଶ ପାତିଆ ତିଆରି ଜାଲିଥିବା ଗୋଲିଆ ଅଗଭୀର ଟୋକେଇ l ଏଥିରେ ଧାନମିଶା ଖଇକୁ ରଖି ହାତରେ ଦଳିଲେ, ଖଇରେ ଲାଗିଥିବା ଧାନ ତଳକୁ ଖସିପଡେ ଓ ଖଇ ଯାକ ରହିଯାଏ l ୩. ମାଛ ରଖିବା ନିମିତ୍ତ ବ୍ୟବହୃତ ଖାଳେଇ l ଖାଳେଇ ବାଉଁଶ ପାତିଆରେ ତିଆରି ହୋଇଥାଏ ଓ ଏହାର ମୁହଁ ଅତି ଛୋଟ ଓ ସରୁ l ମାଛ ଧରାଳି ଏହାକୁ ଅଣ୍ଟାରେ ବାନ୍ଧିଥା’ନ୍ତି ଓ ଧରୁଥିବା ମାଛ ଏଥିରେ ରଖନ୍ତି l ୪. ଛୋଟ ହାଣ୍ଡି l ୫. ଘୋଡ଼ା ଦ୍ଵାରା ଟଣା ଯାଉଥିବା ଗାଡ଼ି l
ଟଟ୍ଟି
ଝାଡ଼ା, ପରିସ୍ରା ପାଇଁ ବାଉଁଶ ବା ବରଡ଼ା ତାଟି ଘେରା ପାଇଖାନା l
ଟଟ୍ଟୁ
ଛୋଟ ଘୋଡ଼ା, ଏଗୁଡ଼ିକ ବହୁ କଷ୍ଟ ସହି ପାରନ୍ତି l
ଟଡ଼ିଆ
ମଧ୍ୟମ ଧରଣର ହାଣ୍ଡି l
ଟଣକା
ଯେଉଁ ଦଉଡ଼ି ବା ସୁତା ଦ୍ଵାରା ଦୁଇଟି ଅଂଶକୁ ପରସ୍ପର ଆଡ଼କୁ ଆକର୍ଷଣ କରି ବାନ୍ଧି ଦିଆଯାଏ l
ଟଣକିବା
କାନଟାଣିବା l
ଟଣା
ତନ୍ତରେ ଲୁଗା ବୁଣିବା ସମୟରେ ଲମ୍ବ ବାଗରେ ସୂତା ଦେବା ପ୍ରଣାଳୀ l
ଟଣାଜାଲ
କ୍ଷିଅ ଜାଲ l ଏଇ ଜାଲକୁ ପାଣି ଭିତରେ ଦୁଇଜଣ ଦୁଇ ମୁଣ୍ଡରୁ ଟାଣିନେଇ ମାଛ ଧରିଥାନ୍ତି l
ଟଣାପଙ୍ଖା
କାନ୍ଥରୁ ଦଉଡ଼ା ସାହାଯ୍ୟରେ ବନ୍ଧା ହୋଇ ଝୁଲୁଥିବା ପଙ୍ଖା, ଏହାକୁ ଦଉଡ଼ି ଲଗାଇ ଟାଣିଲେ ପବନ ହୁଏ l ରାଜ ଦରବାର ଗୁଡ଼ିକରେ ଏ ଧରଣର ପଙ୍ଖାର ବ୍ୟବହାର ଅଧିକ ଥିଲା l
ଟପକ ନବିସ୍