Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଜଉ
୧. ଲାଖ l ୨. ଶିମ୍ବାଦି ଲଟାରେ ଲାଗୁଥିବା ଏକ ପ୍ରକାରର କଳା ପୋକ l
ଜଉଆ
୧. ଜଉପୋକ l ୨. ଧାନକେଣ୍ଡାର ଡେମ୍ଫରେ ଜଉ ଭଳି ସ୍ତର ବସିଯିବା ରୋଗ l
ଜଉକଣ୍ଠି
ଲାଖ ତିଆରି କଣ୍ଠିରେ ପ୍ରସ୍ତୁତ ହାର l
ଜଉମୁଦ
ଗୋପନୀୟ ପତ୍ରକୁ ବନ୍ଦ କରି ତା’ ଉପରେ ଲାଖ ତତାଇ ଦିଆଯାଉଥିବା ମୁଦ l
ଜକ
୧. ମାଟି ଉପରେ ଶୁଖିଲା ପଦାର୍ଥର ଓଦା ଅବସ୍ଥା, ସଲନ୍ତିଆ ଅବସ୍ଥା l ୨. ଗୁପ୍ତସୁନା l ୩. ଜଖ l
ଜଗତ
ଦୁନିଆ ଅର୍ଥରେ l
ଜଗତି
୧. ବେଦି l ୨. ବଡ଼କୋଠା l
ଜଗମୋହନ
ମୁଖ୍ୟ ମନ୍ଦିରର ପ୍ରବେଶ ପୂର୍ବରୁ ଏଥି ସହିତ ସଂଲଗ୍ନ ଛୋଟ ମନ୍ଦିର l
ଜଗାଳ
ପହରାଦାର, ଜଗୁଆଳ, ଜଗିଆ, ଜଗୁଆଳି l
ଜଗାହୁଳା
ରାତିରେ ପହରା ଦେବା ବେଳେ ଆଲୁଅ ଦେଖାଇବା ପାଇଁ ବ୍ୟବହୃତ ମଶାଲ l
ଜଙ୍ଗାଲ
କବାଟ ରଙ୍ଗ କରିବା ପାଇଁ ତେଲମିଶା ରଙ୍ଗ l ତମ୍ବାଳିଆ ସବୁଜରଙ୍ଗ l
ଜଙ୍ଘା
କତୁରୀରେ ଆଙ୍ଗୁଠି ଗଳାଇବାକୁ ଥିବା ଘରା l
ଜଙ୍ଘାଲ
ଏକ ପ୍ରକାରର ସମୁଦ୍ର ପୋତ l
ଜଂଜିର
ଝଂଜିର, ଜଞ୍ଜିରି l
ଜଞ୍ଜିର
୧. ଶିକୁଳି, ଝିଞ୍ଜିରି, ଜଞ୍ଜିରି l ୨. କବାଟ କିଳିବାକୁ ଥିବା ଶିକୁଳି l ୩. ନାରୀମାନଙ୍କ ଜୁଡ଼ାର ଅଳଂକାର ବିଶେଷ l ୪. ଜମି ମାପ କରିବା ଚେନ୍ l
ଜଞ୍ଜିରା
୧. ଜଞ୍ଜିର l ୨. ସୁନା ବା ରୁପା ତାରରେ ତିଆରି ଜାଲି l ୩. ଜଂଜିର ପରି ଛନ୍ଦା ହୋଇଥିବା ସିଲେଇ l ଜଂଜିର ଶୈଳୀର ସିଲେଇ l
ଜଟ
୧. ସୁନ୍ଦର କେଶବିନ୍ୟାସ l ୨. ବାବାଜିମାନେ ରଖିଥିବା ଲମ୍ବା ବାଳର ଅସଜଡ଼ା ବେଣୀ l ୩. ଜୁଡ଼ା, ସୁସଜ୍ଜିତ କେଶ ବିନ୍ୟାସ l ୪. ଧାନମେଣ୍ଟା l
ଜଟା
୧. ଜଟ l ୨. ଅଣ୍ଡିରା ତାଳଗଛରୁ ବାହାରିଥିବା ଲମ୍ବାଳିଆ କଠିନ ଫୁଲ l
ଜଡ଼ା
ଗବ, ଏରଣ୍ଡ l
ଜଡ଼ାତେଲ