Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଛ’ଫୁଲିଆ
ଧାଡ଼ିରେ ଛଅଧାଡ଼ି ଫୁଲବୁଣା ହୋଇଥିବା ଶାଢି l
ଛଅଁଚା
ମଳତ୍ୟାଗ ପରେ ଶୌଚ ହେବା l
ଛଅର
ଖିଅର ହେବା l
ଛଅରବାଆର
ଶୁଦ୍ଧିକ୍ରିୟାରେ ବନ୍ଧୁ, କୁଟୁମ୍ବାଦିଙ୍କ ନଖ କଟା, ଲଣ୍ଡା ଓ କ୍ଷୌର କର୍ମ l
ଛଉନାଟ
ଏକ ପ୍ରକାର ମୂକ ଅଭିନୟ, ଛାଉଣି ନୃତ୍ୟ, ଯୁଦ୍ଧ ପ୍ରସ୍ତୁତି କଲା ଭଳି ଅଭିନୟ l ମୟୁରଭଞ୍ଜ, ବାରିପଦା, ଷଢେଇକଳାରେ ଏଇ ଲୋକନୃତ୍ୟ କରାଯାଏ l
ଛକ
୧. ପଶା ପାଲିର ଘରା l ୨. ଚିଆଁଦାଗ l ୩. ମାଡଦାଗ, ନୋଳା l
ଛକା
୧. ଏକ ପ୍ରକାର କଉଡ଼ି ଖେଳ l ୨. କଉଡ଼ି ଖେଳରେ ଛଅଟିଯାକ କଉଡ଼ି ତଳମୁହାଁ ହୋଇ ପଡିବା l ୩. ଶିକାର କରିବା ପାଇଁ ଛକି ରହିବା l
ଛଙ୍କା ତରକାରି
ତେଲ ବା ଘିଅରେ ଛଙ୍କା ହୋଇଥିବା ତରକାରି l
ଛଁଚା
ସଞ୍ଚା, ସିଧା, ପ୍ରଦତ୍ତ, ଚାଉଳ, ଡାଲି, ପରିବାଦି ଖାଦ୍ୟ ସାମଗ୍ରୀ l
ଛଚିନ୍ଦା
ଲମ୍ବାଳିଆ ଲତାଫଳ, ଏକ ପ୍ରକାର ପରିବା l
ଛଞ୍ଚା
ସଂଚା, ସିଧା, ବ୍ରାହ୍ମଣଙ୍କୁ ପ୍ରଦତ୍ତ ଡାଲି, ଚାଉଳ, ପରିବାଦି ଖାଦ୍ୟରନ୍ଧା ସାମଗ୍ରୀ l
ଛଟା
୧. କାଦୁଆ ଜମିରେ ବିହନ ବୁଣା l ୨. ଛୁଆଙ୍କର ଲାଳନପାଳନ କାମ l ୩. ପୋଢ଼, ଅଣ୍ଡିରା ମଇଁଷି l ୪. କାନ୍ଥରେ ମାଟି କାଦୁଅ ଛଟା l ୫. ଢଗଢମାଳି, ଢ଼ଗବଚନ l
ଛଟାଙ୍କି
ଏକ ସେର = ୧୬ ଛଟାଙ୍କି, ଏକ ସେରର ୧୬ ଭାଗରୁ ଭାଗେ l
ଛଟାବାଡ
ଝାଟିମାଟି କାନ୍ଥ l
ଛଡା
ପ୍ରସବ କରିନଥିବା ଗାଈ l
ଛଡାଫୁଲ
ଦେବଦେବୀଙ୍କଠାରୁ କଢାଯାଇଥିବା ଫୁଲ l
ଛଡି
୧. ସରୁ ଲମ୍ବା ବାଡି l ୨. ବେହେଲା ବଜାଇବା କାଠି l
ଛଡିଦାର
ଶୋଭାଯାତ୍ରା ତଦାରଖ କରୁଥିବା ବେତଧରା ପାଇକ l
ଛଣ
ଧାନଗଛର ଶୁଖିଲା କାଣ୍ଡ, ନଡା l
ଛଣପଟ