भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891213Next >

ଚ‌ଅଁର

୧. ନଡିଆ, ଖଜୁରି ଇତ୍ୟାଦି ଗଛର ଫଳ ଗୁଡ଼ିକ ଯେଉଁ ଗଛରୁ ବାହାରି ଥାଏ l
୨. ଚମରୀଗାଈ ଲାଙ୍ଗୁଡ଼ର କେଶ ଏକତ୍ର ବାନ୍ଧି, ବେଣ୍ଟ ଲଗା ଯାଇଥିବା ଚାମର l ଏହାକୁ ଠିଆପାଲାରେ ଗାୟକମାନେ ଧାରଣ କରନ୍ତି, ଦିଅଁଙ୍କୁ ଏଥିରେ ସେବା କରାଯାଏ l ଚାମର ପକାଇ ଦିଅଁଙ୍କୁ ଶୋଭାଯାତ୍ରାରେ ଅଣାଯାଏ l

ଚ‍ଅଁରଛାଞ୍ଚୁଣୀ

ଫୁଲଝାଡୁ, ଖଜୁରି ପିଞ୍ଛରେ ତିଆରି ଝାଡୁ l ଚ‌ଅଁର ଝାଡୁ l

ଚ‍‌ଅଁରମୁଠା

୧. ପାଲାବାଲାଙ୍କର ଚାମର l ୨. ଚମରୀଗାଈର ଲାଞ୍ଜ କେଶକୁ ଏକତ୍ର ବାନ୍ଧି ବେଣ୍ଟ ସହିତ ସଂଯୁକ୍ତ କରାଯିବା l

ଚ‌ଅଁରା

ଚାମର ଭଳି ଲାଞ୍ଜରେ ଅଧିକ କେଶ ଥିବା ଗାଈ l

ଚ‌ଅର୍‍

୧. ନିଶୁଣିର ଆଡିକାଠ l ୨. ଲାଞ୍ଜ ଅଗରେ ଥିବା କେଶ ଗୁଚ୍ଛ l

ଚ‌ଇତନ ଚିତା

ବୈଷ୍ଣବମାନେ ମୁଣ୍ଡର ପଛ ପାଖରେ ରଖୁଥିବା ଚୁଟି, ଶିଖା ଓ ମଥାରେ ଲଗାଉଥିବା ଚିତା l

ଚ‌ଇତା

ଚୈତ୍ରମାସରେ ଅମଳ ହେ‌ଉଥିବା କୋଳଥ l

ଚ‌ଇତିଘୋଡା

ଚ‌ଇତ ପୂନେଇଁ ଉପଲକ୍ଷେ କେଉଟମାନେ ବାଉଁଶ ବତାରେ ତିଆରି ହୋ‌ଇଥିବା ତାଟ ଉପରେ ଲୁଗା ଢାଙ୍କି, ଆଗପଟେ ଘୋଡା ମୁଣ୍ଡ ଲଗାଇ ନ‌ଚାଇବା ପାଇଁ ତିଆରି କରିଥିବା ଘୋଡା l

ଚ‌ଉଁର

ବାଉଁଶ ତିଆରି ନିଶୁଣିରେ ଲାଗିଥିବା ଫଳି, କ‌ଇଁଆ, ଆଡ଼ିବତା l

ଚ‌ଉରା

ଘର ଆଗରେ, ଅଗଣାରେ ପଶ୍ଚିମକୁ ମୁହଁ କରିଥିବା ମାଟିପିଣ୍ଡି, ଏହା ଉପରେ ତୁଳସୀ ଗଛ ଲଗାଯାଇଥାଏ l

ଚ‌ଉଁରା

ତୁଳସୀ ଗଛ ଲାଗିଥିବା ମାଟିପିଣ୍ଡି, ଏହା ମୂଳରେ ଗାଧୋ‌ଇ ସାରି ପାଣି ଢଳାଯାଏ ଓ ସଂଜବେଳେ ସଂଜବତୀ ଦିଆଯାଏ l

ଚ‌ଉଁରି

ନାରୀମାନେ ଜୁଡ଼ା ବାନ୍ଧିବା ପାଇଁ ବ୍ୟବହାର କରୁଥିବା କୃତ୍ରିମ ଚୁଟି l

ଚ‌ଉଁରୀ

୧. ଦୁଆରେ ଥିବା ଛୋଟ ବେଦୀ l ୨. କେଶ ବିନ୍ୟାସରେ ବ୍ୟବହୃତ ଫିତା l ୩. ଖଞ୍ଜା, ଘରର ଦୁଆର l

ଚ‌ଉଶିଙ୍ଗା

ଚାରିଗୋଟି ଶିଙ୍ଗ ଥିବା ମୃଗ l

ଚ‌ଉସରି

ଚାରି ସରିଆ ସୁନାହାର l

ଚ‌ଉସାର

ପଶାପାଲି, ପଶାଖେଳ l

ଚ‌ଉଁସାର

ପଶାଖେଳ, ଚାରି ପ୍ରକାର ସାର ଥିବାରୁ ଏହାର ଏପରି ନାମକରଣ କରାଯାଇଛି l

ଚକ

୧. ଶଗଡାଦିର ଚକା l ୨. ଏକ ସ୍ଥାନରେ ଥିବା ବହୁଜମି l ୩. ଚ‌ଉଆଂଶିଆ ଭୂମି l ୪. ଚାରିପାଖେ ଘର ଥିବା ଅଗଣା l ୫. ବେଦୀରେ ବର ଓ କନ୍ୟାଙ୍କ ଆସନ

ଚକଚାନ୍ଦି

ବହୁବାଟ ଚାଲିବା ଫଳରେ ତଳିପାରେ ଚାନ୍ଦି ଫୁଟିବା l

ଚକଟା

୧. ଦୁଧ, ପାଚିଲାକଦଳୀ, ମରିଚ, ମିଶ୍ରି ଇତ୍ୟାଦିର ମିଶ୍ରିତ ଖାଦ୍ୟ l ୨. ହାତଦଳା ଖାଦ୍ୟ l
< previous1234567891213Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App