logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଡ଼୍‌ବେଲ୍ ଗୁଡ଼୍‌ବେଲ୍
ବି. (ଯୁଗ୍ମ) ସମୟ ଅସମୟ | ଦୃ : ଉଡ଼୍‌ବେଲ୍ ନାଇଁ ଗୁଡ଼୍‌ବେଲ୍ ନାଇଁ ପିଲାଟା ହରମିସା ଖାଏମି ଖାଏମି ହଉଥିସି

ଉଡ଼୍‌ମାର୍‌ବା
କ୍ରି. ବାସ୍ତବତାକୁ ଏଡ଼ାଇଦେଇ ନିଜ କଥାର ଜିଦ୍ ଧରିବା, ଅନ୍ୟର ଅଜ୍ଞାତରେ ପଳାୟନ କରିବା

ଉଡ଼୍‌ସା
ବି. ଓଡ଼ିଶାର ପୁରୀ ଶ୍ରୀକ୍ଷେତ୍ର

ଉଡ଼୍‌ସୋ
ବି. ଓଡ଼ଶ, ଛାରପୋକ

ଉଡ଼ାନ୍
ବି. ଉଡ଼ିବା କାର୍ଯ୍ୟ

ଉଡ଼ାବା
କ୍ରି. ୧. ଉଡ଼ାଇବା | ୨.କୁଲା ଦ୍ୱାରା ଧାନ ଆଦିରୁ ପୋଲ ଆଦି ଧୁକି ବାହାର କରିବା | ୩. ଅପବ୍ୟୟ କରିବା | ୪. କାହାରି କଥାରେ ଗୁରୁତ୍ୱ ନଦେଇ ବିଦ୍ରୁପ ସହକାରେ ଅଗ୍ରାହ୍ୟ କରିବା

ଉଡ଼ିଆ
ବି. ଓଡ଼ିଆ ଭାଷା, ଓଡ଼ିଶାର ଲୋକ, ଜନଜାତି ବିଶେଷ

ଉଡ଼ିଦେବା
କ୍ରି. ଶସ୍ତ୍ରାଦି ପଜାଇବା

ଉଡ଼େନ୍
ବି. କରଜ ଆଣି ପରିଶୋଧ ବାବଦରେ ମହାଜନକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଜମି କମାଣି କରିବାକୁ ଛାଡ଼ିଦେବା ବ୍ୟବସ୍ଥା

ଉଡ଼େନ୍‌ବାଜ୍
ବି. ଅତିରିକ୍ତ ଖର୍ଚଶୀଳ, ଅପବ୍ୟୟୀ


logo