logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଜ୍‌ବା
କ୍ରି. ମୁଢି ଭାଜିବା ଆଗରୁ ଚାଉଳକୁ ହାଂଡିରେ ରଖି ଏକ ବିଶେଷ ପ୍ରକାରେ ଉତ୍ତପ୍ତ କରିବା

ଉଜ୍‌ରାବା
କ୍ରି. ଉଜାଡ଼ିବା, ଓଲାରିବା, ଖଂଜାଯାଇଥିବା ବା ସଜଡ଼ା ହୋ‌ଇଥିବା ବସ୍ତୁମାନ ଟଣାଓଟରା କରି ଅସଂଲଗ୍ନ କରିଦେବା କିଂବ ଭାଂଗିରୁଜିଦେବା | ଦୃ: କଚ୍‌ରି ପାଖର୍ ବେଆଇନ୍ ଝୁଁପଡ଼ି ଆଉର୍ କୁଡ଼ିଆସବୁ ପୁଲିସ୍‌ବାଲାମାନେ ଉଜ୍‌ରାଇଦେଲେ| ଯେ କୌଣସି ସଜ୍ଜିତ ସ୍ଥିତିକୁ ଅସଜ୍ଜିତ କରିଦେବା | ଦୃ : ଜୁଡେଇ ବନେ ନାଇଁହେଇ ବଲିକରି ଦୁଇଫୁଟ୍ କାଁଥି ଓଭର୍‌ସିଅର୍ ବାବୁ ଉଜ୍‌ରାଇଦେଲେ

ଉଜଲ୍
ବିଂ. ଉଜ୍ଜ୍ୱଳ, ଆଲୋକିତ, ସଫା

ଉଂଜ୍‌ଲା
ବି. ଆଂଜୁଳା

ଉଜାଗର୍
ବି. ଅନିଦ୍ରା ଶିବରାତ୍ରି ପରି ପୁଣ୍ୟତିଥିର ବିଧିରକ୍ଷାଘଟିତ ରାତ୍ରି ଜାଗରଣ

ଉଜାର୍
ବି. ଫସଲ ବା ପସଲ ହେଉଥିବା ସ୍ଥାନ ( ବାଡ଼ି ବଗିଚା) ର କ୍ଷୟକ୍ଷତି ସାଧନ | ଦୃ : ଆମର୍ ବାଡ଼ିକେ ଗାଏମାନେ ସମିଆସ୍‌ଲେ ଜେ ବାଡ଼ିଟା ଉଜାର୍ ହେଇଯାଇଛେ

ଉଜାବା
କ୍ରି. ୧. ଉଦ୍‌ଯାପନ କରିବା (ବ୍ରତାଦି) | ୨. ଗୋଟିଏ ତଟକୁ ବା ବାହାରକୁ କରିଦେବା | ଦୃ : ଘର୍ ବନ୍‌ଢେଇକରି କଚ୍‌ରା ଉଜେଇ ଦିଅ

ଉଜିଏର୍
ଉଜାର୍' ଦେଖ

ଉଜିବା
କ୍ରି. ୧. ସମାପନ କରିବା, ତ୍ୟାଗ କରିବା, ଉଦ୍‌ଯାପନ କରିବା | ୨. ଉପୁଜିବା, କୂପ ଗର୍ଭରୁ ଜଳ ଝରିବା | ୩. 'ଉଜାବା' ଦେଖ

ଉଜୁରା
ବି. ଉଦ୍‌ଯୋଗ, ଉଦ୍ୟମ


logo