logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଛନ୍ କାକର୍
ବିଂ. ଅତିଶୟ ମାନସିକ ଚଂଚଳତା ବା ଆଗ୍ରହ

ଉଛ୍‌ନା
ବି. ଘରର ଓଳି, ଛାତର ସର୍ବନିମ୍ନ ଧାର, ନଡ଼ା ଆଦିରେ ତିଆରି ଛାତର ଗଡ଼ାଣିଆ ଦିଗର ପ୍ରାଂତଭାଗ, ଯେଉଁଠାରୁ ବର୍ଷା ପାଣି ତଳାକୁ ଛିଂଡିପଡ଼େ

ଉଛ୍‌ଲା
ବିଂ. ଲିଂଗାବରକ ଚର୍ମ ପଛକୁ ଅର୍ଥାତ୍ ଲିଂଗମୂଳ ଆଡ଼କୁ ସଂକୁଚିତ ହୋ‌ଇଥିବା ଅବସ୍ଥା

ଉଛାବା
କ୍ରି. ଶଯ୍ୟାଦି ବିଛାଇବା

ଉଛାଲ୍
ବି. ଉଦ୍‌ବମନ, ସାଧାରଣତଃ 'ବାଁତି' (ବାଂତି) ସହିତ ବ୍ୟବହୃତ ଯୁଗ୍ମକାରକ ଶବ୍ଦ |ଦୃ : ବାଁତି ଉଛାଲ୍

ଉଛୁର୍
ବି. ବିଳଂବ, ଡେରି

ଉଛୁର୍‌ରା
ବିଂ. ବିଳଂବ ସୃଷ୍ଟିକାରୀ

ଉଛୁଲ୍ ପୁଛୁଲ୍
ବିଂ. ଆଧାର ପାତ୍ରର ଧାରଣ କ୍ଷମତା ଅତିକ୍ରମ କରି ପଡ଼ିଯିବା, ଉଛୁଳି ପଡ଼ିବା ଭଳି ପରିମାଣ

ଉଛୁଲ୍ ମୁଛୁଲ୍
ବି. ଉଚ୍ଛ୍ୱସିତ, ଆନଂଦ ଗଦ୍‍ଗଦ ଭାବ

ଉଜନ୍
ବି. ଓଜନ


logo