logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉକି
ବି. ଅ‌ଇ, ବନନେଚ୍ଛା

ଉକିଆ
ବି. ଆଲୁଅ, ଉଜ୍ଜ୍ୱଳତା

ଉକି ଉଠ୍‌ବା/ଲାଗ୍‌ବା
କ୍ରି.ବାଂତି ଉପକ୍ରମ ହେବା | ଦୃ : ଗୁଡାଖୁ ସୁଂଘ୍‌ଲେ ମୋର୍ ଉକି ଉଠ୍‌ସି

ଉକିଲ୍
ବି. ଆଇନଜ୍ଞ, ଓକିଲ

ଉକୁ
ବି. ଆରଂଭ

ଉକୁନ୍
ବି. ଉକୁଣି

ଉକୁର୍ ବୁକୁର୍
ବି. ବାଚନିକ ଶକ୍ତି ପ୍ରଦର୍ଶନ, ଓଜର ଆପତ୍ତି, ବାଦ ପ୍ରତିବାଦ | ଦୃ: ସେ କିଛି ଉକୁର ବୁକୁର ନାଇଁ କରି ଦୋସ୍ ମାନିଗଲା

ଉକେଇ ଯିବା
କ୍ରି. କଂସା ବା ପିତଳ ବାସନରେ ଖଟା ଜିନିଷ ବେଶି ବେଳ ରହିଲେ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନଷ୍ଟ ହେବା

ଉକେନ୍
ବି. ଉକୁଣି

ଉକେନ୍ ମୁଡ଼ି
ବିଂ. ଯାହା ମୁଂଡରେ ଉକୁଣି ଥାଆନ୍ତି


logo