logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଇନର୍
ସ. ଏଠାର, ଏହି ସ୍ଥାନର

ଇନସେନ ହେବା
ଇତସ୍ତତଃ ହେବା

ଇନୁ
ସ. ଏଠୁ, ଏଠାରୁ, ଏହି ସ୍ଥାନରୁ

ଇନୁସେନୁ
ସ. ଏଠାରୁ ସେଠାରୁ, ବିଭିନ୍ନ ସ୍ଥାନ ଓ ସୂତ୍ରରୁ | ଦୃ : ଇନୁସେନୁ ଦସ୍ ହଜାର ଟଁକା ଆନିଛେଁ, ଝିଅର୍ ବିହା କର୍‌ମି ବଲିକରି

ଇନେ
ସ. ଏଠାରେ, ଏହି ସ୍ଥାନରେ

ଇଂଦା
ବି. ଚୁଲିରେ ରଂଧନ ପାତ୍ର ବସିବା ପାଇଁ ଓ ବାୟୁ ଚଳାଚଳ ପାଇଁ ଉପରକୁ ଉଠିଥିବା ତିନୋଟି ବା ଚାରୋଟି ପ୍ରାୟ ଗୋଜିଆ ମାଟିପିଂଡୁଳା

ଇଂଦ୍‌ରି
ବି. ଇଂଦ୍ରିୟ, ପୁଂ ଜନନାଂଗ, ଲିଂଗ

ଇପାର୍ ସେପାର୍
ବି. ଏପାଖ ସେପାଖ, ଦ୍ୱଂଦ୍ୱ

ଇ ପାଲି
ସ. ଏ ଥର

ଇ ଫାଲେ
ସ. ଏ ପାଖରେ, ଏ ଅଂଚଳରେ


logo