logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଡ଼୍‌ମୁହଁ
ବି.ମୁହଁ ଆଡ଼ ହୋ‌ଇଥିବା ଅବସ୍ଥା |

ଆଡ଼୍‌ସଁଖା
ବି. ଗାଈ ଗୋରୁଂକ ଗୋଡ଼ ହାଡ଼ ଭାଂଗିଯାଇଥିଲେ ତାକୁ ଯୋଡ଼ିବା ପାଇଁ ବଂଧାଯିବା ପଟା ବା କାଠ |

ଆଡ଼୍‌ସରା
ବି. ଗୁହାଳରେ ଲାଗୁଥିବା ଅର୍ଗଳ |

ଆଡ଼୍‌ହେବା
ବି. ଘୁଂଚି ରହିବା, ଅଂତରାଳରେ ରହିବା |

ଆଡ଼ି
ବି. ହିଡ଼, ପଲା, କୃଷିକ୍ଷେତ୍ର ବା ଜଳାଶୟର ଜଳରୋଧକ ବଂଧ

ଆଡ଼ି ଦେବା
କ୍ରି. ୧. ଅବଜ୍ଞା କରିବା | ଦୃ : ବିଡ଼ି ନାଇଁ ପିଇବାର୍ ଲାଗି ମୁଇଁ ତାକେ କେତେ କରି କହେଲେ ଭିଲ୍ ମୋର୍ କଥାକେ ସେ ଆଡ଼ି ଦ‌ଉଛେ | ୨. ବଂଧ ବାଂଧିବା | ଦୃ : ଡୁଲିଥିଁ ବନେକରି ଆଡ଼ି ଦେଲେ ପାଏନ୍ ରହେବା |

ଆଡ଼ିଁ
ଆଡ଼ିରେ |

ଆଡ଼ି ନାଇଁ ରହେବା
କ୍ରି. ସ୍ୱାସ୍ଥ୍ୟ ବିପନ୍ନ ହେବା | ଦୃ : ବେମାର୍ ପଡ଼ିକରି ପିଲାର୍ ଆଡ଼ି ନାଇଁ ରହେନ |

ଆଡ଼ି ହେବା
କ୍ରି. ଛେକିବା, ଓଗାଳିବା |

ଆଡ଼େ
ଅ. ସମାନସ୍କଂଧ ବା କନିଷ୍ଠ ବ୍ୟକ୍ତି ପ୍ରତି 'ହୋ' 'ବୋ' ତୁଲ୍ୟ ସଂବୋଧନ |


logo