logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଠକାଲି ବାରମାସି
ବିଂ. ଅଠିପର୍, ବର୍ଷତମାମ୍, ବର୍ଷର ସବୁ ସମୟରେ | ଦୃ : ଇ ଲେମ‍ଉ ଗଛେଁ ଆଠକାଲି ବାରମାସି ଲେମ‌ଉ ଫଲ୍‌ସି |

ଆଠର୍‌ଭାଗେ
ଏକ ଅଷ୍ଟମାଂଶ, ଆଠ ଭାଗର ଏକ ଭାଗ |

ଆଁଠ୍
ଆଟ୍' ଦେଖ |

ଆଁଠି
ବି. ବଡ଼ ଆକାରରେ ଟାଣ ବୀଜ | (ଆଂବ. କେଂଦୁ. ବରକୋଳି, ପ୍ରଭୃତିର)

ଆଁଠି ଆଁଠି
କୁଂଥାଇ କୁଂଥାଇ , ବାରଂବାର | ଦୃ : ସେ ଆଁଠି ଆଁଠି ଟୁଁଡ୍‌ କରୁଛେ |

ଆଁଠିବା
କ୍ରି. କୁଂଥାଇବା |

ଆଁଠେ
ଆଂଠୁ ପର୍ଯଂତ l ଦୃ : ଘୋ ଘୋ ରାନି, ଆଁଠେ ଆଁଠେ ପାନି |

ଆଡ଼୍
ପାଖ (ଦୃ : ଇ ଜମିର ପୁର୍‌ବ ଆଡ଼୍‌ଟା ଖାଲ୍, ପସ୍‌ଚିମ୍ ଆଡ଼୍‌ଟା ଢିପ); ତରଫ, ଅଂଚଳ (ଦୃ:ଆମର୍‌ ଆଡ଼େ ବର୍‌ସା ନାଇଁ ହେଇ) ତିର୍ଯକ୍, ବଂକା (ଦୃ : ମଠିଆଟା ଆଡ଼୍ ହେଇକରି ବସାହେଇଛେ, ସିଧା କରିଦିଅ);ମାନ୍ୟସୂଚକ ଅପସରଣ (ଦୃ: ଆଲୋ | ତୋର ଡେଡ଼୍‌ସୁର୍ ବସିଛନ୍ , ଟିକେ ଆଡ଼୍ ହେଇକରି ଯା |

ଆଡ଼୍‌କଁଟା
ବି. ତିନି ପାଖ ମେଲା, ଗୋଟିଏ ପାଖରେ ହିଡ଼ ବା ବଂଧ ଥିବା ଜଳାଶୟ; ବଂଧ ବା ପୋଖରୀ ପାର୍ଶ୍ୱରେ ଥିବା କଟା |

ଆଡ଼୍‌କି
୧. ଖଟ, କବାଟ, ଶଗଡ଼ ଦଂଡା ଇତ୍ୟାଦିର ପ୍ରସ୍ଥ ବା ଆଡ଼ ବାଗରେ ଲଗାଯିବା କାଠ | ( ବିପରୀତ : ଠାଡ଼୍‌କି); ୨. ବେଢା |


logo