logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଝୁଁ
ଆଜହୁଁ , ଆଜିଠାରୁ | ଦୃ : ଆଝୁଁ ଏଡେ, ପାଏନ୍‍ ପାଏଲେ ହେବୁ କେଡେ ?

ଆଂଜି
ବି. ବଡ଼ ମାଛି , ଢଣା

ଆଟ୍
ବି. ଜମିର ପ୍ରକାର ବିଶେଷ | ମାଲ୍ ବାହାଲ୍. ବେର୍‌ନା. ଆଟ୍ - ଏହି ଚାରି ପ୍ରକାର ଜମିର ଶେଷୋକ୍ତ ପ୍ରକାର | ଏହା ସର୍ବାପେକ୍ଷା ଢିପ ହୋ‌ଇଥିବାରୁ ପାଣି ମୋଟେ ରହେନାହିଁ | ରବି ଫସଲ ନିମନ୍ତେ ଉପ‌ଯୁକ୍ତ |

ଆଁଟ୍
ବିଂ. ଟାଣ, କଠିନ, ଶକ୍ତ |

ଆଁଟ୍‌କୁଡ଼ା/ରା
ବିଂ. ଅପତ୍ୟହୀନ, ଆଂଠୁକୁଡ଼ା

ଆଁଟ୍‌କୁଡ଼ି/ରି
ବିଂ. ଅପତ୍ୟହୀନା, ଆଂଠୁକୁଡ଼ି

ଆଟଗୁଡ଼ା
ବି. ଢିପ ପଡ଼ିଆ ଜମି

ଆଁଟ୍‌ବା
କ୍ରି. ମୋଡ଼ିବା. ଆଁଟ୍ ବା ଟାଣ କରିବା ପାଇଁ ଡୋର ଭିଡ଼ିବା, ନଟ୍ ଇତ୍ୟାଦି କଷିବା | ଦୃ : ଘରେ ନାଇଁ ବର୍‌ହମ୍ ଝାଁଟ୍ ପିଛାଇ ଆଡ଼େ ମେଛ ଆଁଟ୍ |

ଆଁଟା
ବି. ପଡ଼ିଆର ଦାଢ ପାଖରେ ବା ଶେଷାଂଶରେ ଥିବା ଅଳ୍ପ ଉଚ୍ଚ ହିଡ଼ |

ଆଟୁ
ବି. ପିଂଡା, ବାରଂଡା |


logo