logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଁଚନ୍‍
ବି. ଦଉଡ଼ିଆ ଖ‍ଟ‌ର ଗୋଡ଼‌ଆଡ଼େ ଖଟ‌‍କୁ ଟାଣ ରଖିବା ପାଇଁ ବଂଧାଥିବା ଦଉଡ଼ି ବା ଡ଼ୋର |

ଆଁଚ୍‍ରିବା
୧.କ୍ରି. ଆଂଚୁଡ଼ିବା, କଂଟା ବା ଅନ୍ୟ କୌଣସି ବସ୍ତୁ ବା ଦେହରେ ଟାଣି ଦେଇ ଆଘାତ ବା କ୍ଷତ ଉତ୍ପନ କରିବା |

ଆଁଚ୍‍ବା
କ୍ରି.୧. ଆଚମନ କରିବ, ଖାଇବା ପରେ ମୁହଁ ଧୋଇବା | ୨. 'ଆଁଚନ୍‍‌‌' ଡୋର ଭିଡ଼ି ଖଟକୁ ଟାଣ କରିବା |

ଆଚୁ
ବି. ପାଦ ଓ ଓଠ ରଂଗାଇବା ଦ୍ରବ୍ୟ ବିଶେଷ l

ଆଚେ
କ୍ରି. ଅଛି |

ଆଁଛି
ବି. ୧. ଏକ ପ୍ରକାର ଗୁଂଡ ରଂଗ | ୨. ରଂଗିନ ସୂତା | ୩. ଧୋତି ବା ଶାଢୀର ଧଡ଼ି |

ଆଁଛିବା
କ୍ରି. ଦଉଡ଼ିଆ ଖଟର ଗୋଡ଼ଆଡ଼େ ଲାଗୁଥିବା 'ଆଁଚନ୍‍' ଡୋର ଭିଡ଼ି ଟାଣ କରିବା |

ଆଜିଦେବା
କ୍ରି. ଆଉଜାଇ ଦେବା l

ଆଜୋବାଜୋ
ବି. ଆଗେ ପଛେ | ଦୃ : ବଡ଼ବାବୁର ବିହା ଦିନ ଆଜୋବାଜୋ ହେଇକରି ଚ‌ଉଦଟା ଗାଡ଼ିଥିଁ ତିନ୍‍ ସ ଲୋକ୍‍ ବରଜାତ୍‍ରି ଯାଇଥିଲେ |

ଆଝ୍‍ରି (ଦିନ)
ବି. ଆଜି ଯେଉଁ ଦିନ, ଆଗାମୀ ସପ୍ତାହର ଠିକ୍‍ ସେହି ଦିନ | ( ଆଜି ରବିବାର ; ଆଝ୍‍ରି ଦିନ ଅର୍ଥାତ୍ ଆଗାମୀ ସପ୍ତାହର ରବିବାର) |


logo