logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଁ କର୍‍ବା
କ୍ରି. ପାଟି ମେଲା କରିବା l

ଆକାଭୁତ୍‍
ବି. କାବା, ଆଶ୍ଚର୍ଯ, ଚିତ୍ରାର୍ପିତ l ଦୃ: ମାଏଝିଟେ ପାଁଚ୍‍ଟା ଛୁଆ ଜନମ୍‍ କରିଛେ ବଲି ସୁନିକରି ମୁଇଁ ଆକାଭୁତ୍‍ ହେଇଗଲିଁ l (ଆଁକା ଭୂତ୍‍ = ଚିତ୍ରିତ, ଅଂକିତ l )

ଆଁକିବା
କ୍ରି. ଚିକିତ୍ସା ଉଦ୍ଦେଶ୍ୟରେ ତାତିଲା ଲୁହା ଖଡିକା ଦ୍ୱାରା ଦେହରେ ଦାଗ ଦେବା, ଅଂକନ କରିବା, ଚଡୁ ଦେବା l

ଆଁକୁଟ୍‍
ବି. ଆଂଗୁଠି l

ଆଁକେଲ୍‍
ବି. ଏକପ୍ରକାର କଂଚାଳିଆ ଗଛ l

ଆଁଖି
ବି.ଆଖି l

ଆଖ୍‍ଡା
ବି. ବ୍ୟାୟାମ ବା ନାଟ୍ୟାଭ୍ୟାସ ସ୍ଥାନ, ସାମୂହିକ ସ୍ଥାନ l

ଆଖ୍‍ଡି
ବି. ଆଡଂବର, ରଂଗଢଂଗ, ଚାଲିଚଳନ l

ଆଖର୍‍
ବି. ଶେଷ, ଅଂତତଃ l

ଆଖର୍‍ପାଖର୍‍
ବି. ସାହି ପଡିଶା l


logo