logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଏଁତ୍‍ଛିଆ
ବି. ଶୁଦ୍ଧକ୍ରିୟା l

ଆଏସିବାଏସି
ବିଂ. ସମବୟସ୍କ ଦୁଇ ଜଣ l

ଆଏଁସିଆ ମାର୍‍ବା
କ୍ରି. ଆମିଷ ଗଂଧ ଜାତ ହେବା l

ଆଁକ୍‍ସିବା
କ୍ରି. ଦୁଇଜଣଂକର କଳହ ଶେଷ ହେବା ପରେ ସୁଦ୍ଧା ଆହୁରି ଦୁଇ ତିନି ଦିନ ପର୍ଯଂତ ପର୍ଯାୟକ୍ରମେ କୁଭାଷା ପୟୋଗ ପୂର୍ବକ କଳହ କରିବା l

ଆକଟ୍‍
ବି. ସ୍ନେହ, ବଶ୍ୟତା l

ଆକଟ୍‍ କରି
ବିଂ. ଅଭ୍ୟାସ କରି l ଦୃ: ସେ ଆକଟ୍‍ କରି ଚାହା ପିଇଲା ବେଲ୍‌କେ ଆଏସି l

ଆକ୍‍ ଟେଁ
ବିଂ. ଅଧୀନରେ l

ଆକ୍‍ରାଁତ୍‍
ବି. ଆକାର ବିସ୍ତାର l ଦୃ: ମେଘ୍‍ଟା ବଡା ଆକ୍‍ରାଁତ୍‍ କରି ଉଠ୍‍ଲା ସିନା, ବର୍‍ସା ନାଇଁ ହେଲା l

ଆଁକ୍‍ରିବା
କ୍ରି. ଅଂକୁରିତ ହେବା,ଗଜା ହେବା, ନୂଆ ହୋଇ କଅଁ‍ଳିବା, ପୁନର୍ବାର ଜନ୍ମିବା l

ଆଁକ୍‍ଡି
ବି. ଆଂକୁଡି l


logo