logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଲ୍‍ଝଟ୍‍
ବିଂ. ଅଡୁଆ l

ଅଲ୍‍ଝଟିଆ
ବିଂ. ଗଂଡଗୋଳିଆ, ଅଡୁଆ ସୃଷ୍ଟିକାରୀ l

ଅଲ୍‍ଝା
ବି. ଯାହା ଲାଖିଯାଇ ଖସୁ ନଥାଏ l

ଅଲ୍‍ଝାବା
କ୍ରି. ସ୍ପର୍ଶ ମାତ୍ର କରାଇ କିଂବା ଅତି ହାଲୁକା ଭାବରେ ଏକ ବସ୍ତୁକୁ ଅନ୍ୟ ବସ୍ତୁ ସହିତ ଯୁକ୍ତ କରିବା l

ଅଲ୍‍ଝିବା
କ୍ରି. ଲାଖିଯିବା l ଦୃ: ଦେଖିକରି ନାଇଁ ଖାଏଲେ ଚଁଟିଥିଁ ଝୁରିକଁଟା ଅଲ୍‍ଝିବା l

ଅଲ୍‍ଝିଜିବା
କ୍ରି. ଅଟକିଯିବା, ପରିସରରୁ ମୁକ୍ତ ହୋଇ ନପାରିବା, ସଂଶ୍ଲିଷ୍ଟ ହେବା l

ଅଲ୍‍ତା
ବି. ଅଳତା l

ଅଲ୍‍ତି
ବି. ନବଜାତ ଶିଶୁକୁ ହେଉଥିବା ଏକପ୍ରକାର ପ୍ରାଣଘାତକ ରୋଗ l

ଅଲ୍‍ନା
ବିଂ. ଲବଣହୀନ,ଅଲଣା l

ଅଲ୍‍ନା ବଲ୍‍ନା
ବିଂ. ଅଯନ୍‍ ସହକାରେ ରଂଧା ହୋଇଥିବା l


logo