logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅରନ୍‍
ବି. ଅନ୍ନ, ଭାତ l

ଅରନ୍‍ଜାଲ୍‍
ବି. ଇତସ୍ତତଃ, ଅସ୍ତବ୍ୟସ୍ତ, ବିଶୃଂଖଳ ଭାବେ ଏଣୁତେଣୁ ଜିନିଷ ଓ ଆବର୍ଜନା l

ଅରନ୍‍ ପାଏନ୍‍
ବି. ଅନ୍ନଜଳ, ଖିଆପିଆ l

ଅରନ୍‍ ସଏଲ୍‍
ବିଂ. ଆଳସ୍ୟପରାୟଣ, ଅନ୍ନଧ୍ୱଂସକାରୀ (ଗାଳି) l

ଅର୍‍ନିଆ
ବିଂ. ଅରଣା. ଅରଣ୍ୟରେ ରହୁଥିବା ଓ ମଣ ହୋଇନଥିବା ପରି ଉଦ୍ଧତ (ପୋଢ ବା ବଳଦ)

ଅଁରରା
ବିଂ. ଅଂଡିରା l

ଅଁର୍‍ରାଚଁଡି
ବିଂ. ପୁରୁଷ ସ୍ୱାଭାବ ବିଶିଷ୍ଟା ସ୍ତ୍ରୀ l

ଅର୍‍ରାବା
କ୍ରି. ଲଂଗଳ ବା ଶଗଡରେ ଯୋଚା ହୋ ଇ ଥିବା ବଳଦକୁ 'ଅର୍‍' ଧ୍ୱନିଦ୍ୱାରା ବାମ ପଟକୁ ବୁଲିବା ପାଇଁ ନିର୍ଦ୍ଦେଶ ଦେବା l

ଅର୍‍ଲା
ବିଂ.କ୍ଳାନ୍ତ,ହାଲିଆ l ଦୃ: ଛୁଆଟା ରଡି ରଡି ଅର୍‍ଲା ହେଲାନ l

ଅର୍‍ଲା ସର୍‍ଲା
ବି. ମୃତ୍ୟୁକାଳୀନ ଯଂତ୍ରଣାଦାୟକ ଅବସ୍ଥା l


logo