logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅର୍‍ଘା ବଛା
ବି. ମୁଷ୍କଚ୍ଛେଦନ କରାହୋଇ ନଥିବା ଅଂଡିରା ଗୋରୁ l

ଅର୍‍ଛନ୍‍
ବି. ଅଖ l

ଅର୍‍ଛି ଦେବା
କ୍ରି. ଅନାଦାର କରିବା l ଦୃ: ଗାଏ ତାର୍‍ ଛୁଆକେ ଅର୍‍ଛି ଦେଲା l

ଅର୍‍ଜି
ବି. ଦରଖାସ୍ତ, ନିବେଦନ ପତ୍ର l

ଅର୍‍ଜିନବିସ୍‍
ବି. ପେସାଦାର ଦରଖାସ୍ତ ଲେଖକ l

ଅର୍‍ଜିନବିସି
ବି. ଦରଖାସ୍ତ ଲେଖନ କାର୍ଯ୍ୟ, ବୃତ୍ତି l

ଅର୍‍ଝବା
ବି. ଅଳିଆ l

ଅର୍‍ତତ
ଅ. ଗୋରୁ ଅଡେଇବା ଧ୍ୱନି, 'ଅର୍‍' ବା 'ଅର୍‍ର' କହିଲେ ବାମ ଦିଗ ଓ 'ତତ' କହିଲେ ଡାହାଣ ଦିଗ ବୁଝାଏ l

ଅର୍‍ଦଲି
ବି. ନମ୍ର ଦାବି, ସ୍ନେହପୂର୍ଣ ଅନୁରୋଧ, ଅଳି, କଟାଳ l

ଅର୍‍ଦା
ବିଂ. ଅମଣିଆ, ଯେଉଁ ଗୃହପାଳିତ ପଶୁକୁ ମଣ କରିହୁଏନାହିଁ l


logo