logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅମାରକ୍‌/ଗ୍‌
ବିଂ. ଅହିତକର, ସ୍ୱାସ୍ଥ୍ୟ ପାଇଁ ଯାହା କ୍ଷତିକାରକ l

ଅମିଲ୍‌ତା
ବି. ଅମ୍ଲତା l

ଅମୁହାଁ
ବିଂ. ଗୋଟିଏ ପଦାର୍ଥ ଅତ୍ୟଧିକ ପରିମାଣରେ ଖାଇବା ଯୋଗୁଁ ସେଥିପ୍ରତି ବିରକ୍ତି ଜାତ ହେବା, ମୁହଁକୁ ନେଇ ନହେବା l ଦୃ: ଦସ୍‍ଟା ରସ୍‍ଗୁଲା ଖାଏଲା ଉତାରୁ ଅମୁହାଁ ଲାଗ୍‍ଲା l

ଅମେରା
ବି. ୧. ଆଂବଡା, ୨. ଅବାଧ୍ୟ ସ୍ତ୍ରୀ l

ଅମେରି
ବି. ଅଧିକ ପରିମାଣରେ ଦୁଧ ଓ ଚିନି ମିଶାଇ ପ୍ରସ୍ତୁତ ଚା ପାନୀୟ l

ଅମେଲ୍‌
ବିଂ. ଯାହା ଅନ୍ୟ ସହିତ ମିଶେ ନାହିଁ l

ଅୟ୍‌ରି
ଅଇରି' ଦେ l

ଅୟସୋ
ଅଏସୋ' ଦେ l

ଅୟେନ୍‌
ଅଏନ୍‍' ଦେ l

ଅର୍‌କଲ୍‌
ବି. ନିତାଂତ, ଅନନ୍ୟଗତିକ ଅସୁବିଧା, ଅସହାୟ ବା କିଂକର୍ତ୍ତବ୍ୟବିମୂଢ ଅବସ୍ଥା l


logo