logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଡା ଜୁଆଡି
ବିଂ. ପରସ୍ପର ସହ ସଂପୃକ୍ତ |ଦୃ: ଗାଁ ଦୁଇଟା ଅଡା ଜୁଆଡି ଅଛେ l

ଅଡାଡାହାଲ୍‌
ବିଂ. ଅତିରିକ୍ତ ବଡ l

ଅଡାବସା
ବିଂ.ହନ୍ତସନ୍ତ,ବ୍ୟତିବ୍ୟସ୍ତ l

ଅଡାବସା ହେବା
କ୍ରି. କାହାରି ଉପରେ ଅଡାଟିଏ ଚାପିରଖିଲେ ସେ ଯେପରି ଛଟ୍‌ପଟ୍‌ ବା ବ୍ୟତିବ୍ୟସ୍ତ ହୁଏ ସେହିପରି କୌଣସି ଗୁରୁତର ବିପଦ ବା ଅସୁବିଧାର ସମ୍ମୁଖୀନ ହୋଇ ନୟାଂତ ହେବା l

ଅଡାବା
କ୍ରି.୧.ଖୋଲିବା (କବାଟ,ବହି ଆଦି),୨.ଅଲଗା କରିବା (ଚାଉଳ ଗୋଡି),୩.ନିୟଂତ୍ରିତ କରି (ଗାଈ ଗୋରୁଂକୁ)ନେବା,୪.ଏକ ପାଖିଆ କରିଦେବା l

ଅଡାର୍‌
ବି. ଗାଈ ଗୋଠ l

ଅଡିଆ
ଅଢିଆ' ଦେଖ l

ଅଡୁ
ବି. ଅପରାହ୍‌ଣ l

ଅଡୁଆ
ବି. ମୁଂଡ କୁଣ୍ଡାଇବା ବେଳେ ପାନିଆରେ ଛିଂଡି ଲାଗୁଥିବା ଜଟିଳ କେଶ l

ଅଡୁପହ ର୍‌
ବି. ଉପର ଓଳି l


logo