logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉସ୍‌ନାକ୍
ବିଂ. ମନଫୁଲାଣିଆ

ଉସ୍‌ନାକି/ଖି
ବି. ଉତ୍‌ଫୂଲ୍ଲ ହେବା

ଉସ୍‌ନିଦ୍‌ରା
ବି. ଅନିଦ୍ରା

ଉସ୍‌ନିବା
କ୍ରି. ଧାନ ବା ଅନ୍ୟ ବସ୍ତୁକୁ ଅଳ୍ପ ପାଣି ବା ବାଂଫରେ ସିଦ୍ଧ କରିବା

ଉଲ୍‍ମା
ବିଂ. ଆତ୍ମଶ୍ଳାଘୀ

ଉସ୍‌ମାଫୁଲିଆ
ବିଂ. ଗର୍ବୀ

ଉସ୍‌ମୁଲିଆ
ବିଂ. ଓଦା ଓ ପଚା ଗଂଧଯୁକ୍ତ

ଉସ୍‌ରାବା
କ୍ରି. ଛୋଟ ଛୋଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜଲ୍‌ଦି ଶେଷ କରିବା

ଉସ୍‌ରିବା
କ୍ରି. ପୀଡ଼ା, ତାତି ଆଦି ହ୍ରାସ ପାଇବା, କମିବା ଲାଘବ ହେବା | ଦୃ : ଆଏଜ୍ ପିଲାର୍‌ ଜର୍ ଟିକେ ଉସ୍‌ରିଛେ

ଉସାର୍
ବିଂ. ଓସାର, ଚ‌ଉଡ଼ା


logo