logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଲ୍‌ଚିବା
କ୍ରି. ଆଧାରସ୍ଥିତ ବସ୍ତୁର ପରିମାଣରୁ କିୟଦଂଶ କାଢିନେଇ ଉଣା କରିବା, ବଢା ହୋ‌ଇଥିବା ଖାଦ୍ୟରୁ ଅଳ୍ପ ଅଲଗାଇ କମ୍ କରିବା

ଉଲ୍‌ଛା
ବି. ଚାଳର ଓଳି

ଉଲ୍‌ଟା
ବିଂ. ଓଲଟା

ଉଲ୍‌ଟାବା
କ୍ରି. ଲେଉଟାଇବା

ଉଲ୍‌ଟାପୁଲଟା
ବି. (ଯୁଗ୍ମ)ଓଲଟ ପାଲଟ, ବଦଳା ବଦଳି

ଉଲ୍‌ଟି
ବି. ୧.ବାଂତି | ୨. ଓଲଟା ପକ୍ଷାଂତର

ଉଲ୍‌ଟିଆ
ବିଂ. ବିପରୀତ ରୂପେ, ପ୍ରତିକୂଳ

ଉଲ୍‌ଟିବା
କ୍ରି. ୧.. ଓଲଟିବା, ବୁଲି‍ପଡ଼ିବା | ୨. ମତ ପରିବର୍ତ୍ତନ କରିବା | ୩. ପ୍ରତ୍ୟାଶିତର ବିପରୀତ ଆଚରଣ କରିବା |୪. ବଦଳିଯିବା | ୫. ତଳପାଖ ଉପରକୁ ଓ ଉପରପାଖ ତଳକୁ ହେବା

ଉଲ୍‌ଦା ଫିକ୍‍ବା
କ୍ରି. କାଳିସୀ ଲାଗିଥିବା ବ୍ୟକ୍ତି (ଶରୀରରେ ଦେବୀ ପ୍ରବେଶ ବେଳେ ଉଦ୍ଦଂଡ ଭଂଗି କରିବା)

ଉଲ୍‌ଦିବା
କ୍ରି. କୌଣସି ଆଧାର ପାତ୍ରକୁ ଉପରକୁ ଟେକି ତଳମୁହାଁ କରି ତହିଁରେ ଥିବା ବସ୍ତୁକୁ ତଳେ ବା ଅନ୍ୟ ଆଧାର ପାତ୍ରରେ ପକାଇଦେବା ଓ ପୂର୍ବ ଆଧାର ପାତ୍ରକୁ ରିକ୍ତ କରିବା | ଦୃ : ଇ ଗରିଆଟା ଗଲୁଛେ , ଇନର୍ ପାଏନ୍‌କେ ହଁଡ଼ାଥିଁ ଉଲ୍‍ଦି ଦିଅ


logo