logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉମେଇ ଦେବା
ଉଂଭେଇବା' ଦେଖ

ଉର୍‌କୁଲା/ଲା
ବି. ଅ‌ଇଁଠା ବା ଅ‌ଇଁଠା ପତ୍ରାଦି ପକାଇବା ପାଇଁ ଅଗଭୀର ଗାତ

ଉର୍‌ଗୁଡ଼ାବା
କ୍ରି. ମାଟି ଉପରେ ଓଟାରି ଓଟାରି ନେବା

ଉର୍‌ଘା
ବି. ଅନିଦ୍ରାଜନିତ କ୍ଳାଂତି, ଅର୍‌ଘା

ଉର୍‌ଘା ବଥା
ବି. ଅନିଦ୍ରା ହେତୁ କ୍ଳାଂତି ଜନିତ ବ୍ୟଥା

ଉରଂଗି ଉରଂଗି
ବି. ନିରୁଦ୍ଦେଶ୍ୟ ବୁଲାବୁଲି

ଉରଂଗା ବୁଲା
ବି. ଶିକାରୀମାନେ ଜଂତୁକୁ ମାରିପାରିବା ଭଳି ସୁଯୋଗ ପାଇବା ପାଇଁ କରୁଥିବା ବନ ବିଚରଣ

ଉର୍‌ଗିଂବା
କ୍ରି. କୌଣସି ବସ୍ତୁପ୍ରାପ୍ତି ବା ଉଦ୍ଦେଶ୍ୟ ସିଦ୍ଧି ପାଇଁ ସମ୍ମାନହୀନ ଭାବରେ ପ୍ରତୀକ୍ଷା କରିବା, ନିର୍ଲ୍ଲଜ ଭାବରେ ଟାକିରହିବା | ଦୃ : ଭୁଖା ଭୁଜି ପାଖେଁ ଉରଂଗୁଥିସି

ଉର୍‌ଡ଼ିବା
କ୍ରି. ଗଛର ପ୍ରଶାଖାରୁ ଆଂଗୁଠି ଓ କରତଳ ଦ୍ୱାରା ଏକାବେଳକେ ଅନେକ ପତ୍ର, ଫୁଲ ଆଦି ଓଟାରି ଛିଂଡାଇ ଆଣିବା

ଉର୍‌ମାଲ୍
ବି. ରୁମାଲ୍, ହାତକନା


logo