logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉବ୍‍‌ଡ଼ା
ବିଂ. ପାତ୍ରାଦି ତଳମୁହାଁ ହୋ‌ଇଥିବା

ଉବ୍‍‌ଡ଼ା ପଡ଼୍‌ବା
କ୍ରି. ଆଗଭର ହେବା, ଉପରେ ପଡ଼ି କରିବା

ଉବ୍‌ଡ଼ାବା
କ୍ରି. ପାତ୍ରାଦି ଓଲଟାଇ ତଳମୁହାଁ କରି ରଖିବା

ଉବ୍‌ରା
ବି. ଦେବଭୋଗ୍ୟ ବସ୍ତୁ ସମର୍ପଣ ପୂର୍ବରୁ ବ୍ୟବହାର କରିବା

ଉବ୍‌ରିବା
କ୍ରି. ବଳିବା, ଅବଶିଷ୍ଟ ରହିବା

ଉବାଟ୍
ବି. ଅବାଟ, ଅପଥ

ଉବାଟିଆ
ବିଂ. ଅବାଟରେ, ଅପଥରେ

ଉବୁରି ପଡ଼ୁବା
କ୍ରି. କୌଣସି ଜିନି‍ଷ ବା ଦୃଶ୍ୟ ଦେଖିବା ସକାଶେ ଉତ୍କଂଠା ସହକାରେ ବହୁଲୋକ ମାଡ଼ିଆସିବା | ଦୃ : ରଥ ଜାତ୍‌ରା ଦେଖ୍‌ବାର ଲାଗି ଲୋକ୍ ଉବୁରି ପଡ଼୍‌ସନ୍

ଉବୁରିବା
କ୍ରି. ୧. ସୁପ୍ତାବସ୍ଥାରୁ ହଠାତ୍ ଉଠି ଜାଗ୍ରତ କ୍ରିୟା ଦେଖାଇବା | ୨. ବର୍ତ୍ତିଯିବା, ବିପଦରୁ ରକ୍ଷା ପାଇବା

ଉବେଲିଆ
ବିଂ. ଅବେଳ, ଅନୁପଯୁକ୍ତ ସମୟ | ଦୃ : ଉବେଲିଆ ଗାଧ୍‌ଲେ ଲସମ୍ ହେବା


logo