logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଢି
କୋଢିଆ, କର୍ମକୁଣ୍ଠ l

କୁଣଘର
ଏକାଟିଆ ଘର, ଚ‌ଉକର ଏକ ପାଖରେ ଥିବା ଘର, କଣିକିଆ ବଖରା l

କୁଣିଆଁ
୧. ଅତିଥି, ବନ୍ଧୁ l ୨. କୋଣଥିବା l ୩. ଏକକୋଣରେ ଅବସ୍ଥିତ l ୪. ବନ୍ଧୁ ବେଭାର ନେଇ ଯାଉଥିବା ବ୍ୟକ୍ତି l

କୁଣିଆମ‍‍ଇତ୍ର
ବନ୍ଧୁବାନ୍ଧବ, ସ‌ଇସଙ୍ଗାତ l

କୁଣ୍ଡ
୧. ଧାତୁ ବା ମାଟି ତିଆରି ଚ‌ଉଡ଼ା ମୁହାଁ ଆଧାର l ୨. ଯଜ୍ଞ କରିବାର ଗାତ l ୩. ପାଣିଗାତ l

କୁଣ୍ଡଳ
କାନରେ ପିନ୍ଧାଯିବା ଅଳଂକାର l

କୁଣ୍ଡଳିଶିଙ୍ଘା
ଅର୍ଦ୍ଧ ଗୋଲାକାର ଓ ମୋଟା ଶିଙ୍ଗ ଥିବା ଗୋରୁ l

କୁଣ୍ଡା
୧.ଧାନରୁ ଚାଉଳ ପାଛୁଡ଼ିବା ପରେ ବାହାରୁଥିବା ଚୋପା l ୨. ବଡମୁହାଁ ମାଠିଆ l

କୁଣ୍ଡାଖାଇ
କୁଣ୍ଡା ଖୁମ୍ପୁଥିବା ଏକ ପ୍ରକାର ମାଟିଆ ଚଢେଇ l

କୁଣ୍ଡାଝଡ଼ା
ଅତି କ୍ଷୁଦ୍ର କଣାର ବର୍ଷା, ଛୋଟ ଛୋଟ ବୁନ୍ଦା ବର୍ଷା l


logo