logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଜର୍‌
ନ‌ଈକୂଳିଆ କଣ୍ଡିଆ ଜମି l

କୁଞ୍ଚ
୧. ପିନ୍ଧା ଲୁଗାର ସଂକୁଚିତ ଫେର l ୨. ଲୁଗା କୁଞ୍ଚିବା ପ୍ରଣାଳୀ l

କୁଞ୍ଚକାନି
ପିନ୍ଧାଲୁଗାର ଆଗପଟକୁ କୁଞ୍ଚ ହୋ‌ଇଥିବା ଅଂଶ l

କୁଞ୍ଚଲାଗି
ଦେବଦେବୀଙ୍କ ବସ୍ତ୍ର ପିନ୍ଧିବା ରୂପକ ନୀତି l

କୁଞ୍ଚା
୧. କୁଞ୍ଚକାନି l ୨. ମାଟିଘଡ଼ି l ୩. କୁଞ୍ଚା ହୋ‌ଇଥିବା ଲୁଗା l ୪. ଶସ୍ୟର ନିର୍ଦ୍ଦିଷ୍ଟ ମାପପାତ୍ର l ୫. ବେତବୁଣା ପାଆକିଆ ଅଢା l

କୁଞ୍ଚିକାଠି
ଚାବିକାଠି, କୋଲପ ଫିଟାଇବାର କାଠି, କୁଞ୍ଚିତାଲା l

କୁଞ୍ଚିଖଡ଼ା
ଲୁହା ତିଆରି ଅଙ୍କୁଶ ଦଣ୍ଡ l

କୁଞ୍ଚିତାଲା
ଚାବି ଓ କୋଲପ l

କୁଞ୍ଚିମୁଦ
କୋଲପ ପକାଇ ଏଥିରେ ଜ‌ଉମୁଦ ଦେବା l

କୁଞ୍ଜ
୧. ଲଟାଘର, ଗହଳିଆ ଲଟା ଓ ଗଛଥିବା ବିଶ୍ରାମ ସ୍ଥାନ l ୨. ସୋଲ ଓ କାଠିରେ ତିଆରି କୃତ୍ରିମ ଗଛ l


logo