logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୀଳ(ଳି)ଣୀ
କିଳିଣି, କବାଟକୁ ଭିତରପଟୁ ବନ୍ଦ କରିବା ପାଇଁ ଚୌକାଠରେ ଲାଗିଥିବା ଅର୍ଗଳ, ଲମ୍ବକାଠ ବା ଲୁହାଖଣ୍ଡ l

କିଳା
୧. ମେଖ, ବନ୍ଧନଖୁଣ୍ଟି, ଖିଲ l ୨. ଲୁହା ବା କଂସା ତିଆରି ବଣିଆଯନ୍ତ୍ର l

କିଳାକଞ୍ଚି
ଚାବିକାଠି, କାଠ କିଳାରେ ତିଆରି ଚାବି l

କିଳାତାଟ
ଡେରା ହୋ‌ଇଥିବା ତାଟକୁ ଦୃଢ଼ ଭାବରେ ଧରି ରଖିବା ପାଇଁ ବ୍ୟବହୃତ ଖୁଣ୍ଟ ବା କିଳା l

କୀଳିବା
୧. କବାଟ ଭିତରପଟୁ ବନ୍ଦ କରିବା l ୨. ମନ୍ତ୍ରତନ୍ତ୍ର ଦ୍ଵାରା ଦେହକୁ ଅକାଟୁ କରିବା l ୩. ମନ୍ତ୍ରତନ୍ତ୍ର ଦ୍ଵାରା ଭୂତ ପ୍ରେତାଦିକୁ ଏକ ସ୍ଥାନରେ ବନ୍ଦୀ କରିବା l

କୁଆଁ
ଗଜା, କ‌ଅଁଳିଆ ଶାଖା l

କୁଆଁତାରା
ପ୍ରଭାତୀ ତାରା, ଶୁକ୍ରତାରା l

କୁଆଁର
୧. ଅବିବାହିତ ଯୁବକ, କୁମାର l ୨. ଗମ୍ଭାରି କାଠ l

କୁଆଁରପୁନିଅଁ
କୁମାର ପୂର୍ଣ୍ଣମୀ, ଆଶ୍ଵିନମାସର ପୂର୍ଣ୍ଣିମା, କୁମାରୀମାନଙ୍କ ଓଷା l

କୁଆଁରୀକନିଆଁ
ଅଭିଆଡ଼ୀ ଝିଅ, ଅବିବାହିତା ଯୁବତୀ l


logo