logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କିତାବନ୍ଦୀ
କିତା କିତା କରାଯିବା ଜମିମାପ l ଏହାଦ୍ଵାରା ଛୋଟ ଛୋଟ ଜମି ଚିହ୍ନିତ ହୋ‌ଇଥାଏ l

କିନ୍ଦ୍ରିବା
ବାଟ ବୁଲି ବୁଲି ଯିବା, ବୃତ୍ତାକାରରେ ବୁଲିବା, ଭ‌ଉଁରୀ ଖାଇବା l

କିର୍‌ରା
ବଣିଆ, ଥଟାରିଙ୍କ ବ୍ୟବହୃତ ଛୋଟ ଛେଣି, ଏହାଦ୍ଵାରା କଂସା ଓ ଅଳଂକାରରେ କାରୁକାର୍ଯ୍ୟ କରାଯାଏ l

କିରଣ
ତବଲା ଓ ମୃଦଙ୍ଗର ଛାଆଁଣି ଚମଡ଼ା ଉପରେ ଦିଆଯାଉଥିବା କଳା ଅଂଶ l

କିରଣ ଛାଡ଼ିବା
ତବଲା, ମୃଦଙ୍ଗାଦି ବାଦ୍ୟ ବହୁଦିନ ବାଜିବା ପରେ ଏଥିରେ ଦିଆଯାଇଥିବା କିରଣ ଝଡ଼ି ପଡ଼ିବା l

କିରିଆ
୧. ସମୟ କ୍ରମରେ ଫିମ୍ପିମାରି ନଷ୍ଟ ହୋ‌ଇଯାଇଥିବା ଚାଉଳ l ୨. ଚାଉଳରେ ଲାଗିବା ପୋକ l

କିଳ(ଳୀ)ଣି
କବାଟ କିଳିବା ପାଇଁ ବ୍ୟବହୃତ କାଠ ବା ଲୁହାର ଦଣ୍ଡ l କିଳିଣୀ l

କୀର୍ତ୍ତନ
ଝାଂଜ, ମୃଦଙ୍ଗ, ଗିନି ଇତ୍ୟାଦି ବାଦ୍ୟ ସହ ହରିଗୁଣ ଗାନ, ଚୈତନ୍ୟଙ୍କ ସ୍ତୁତି l

କୀର୍ତ୍ତନଆଖଡ଼ା
ନାମ କୀର୍ତ୍ତନ ଗାନ ଓ ବାଦ୍ୟ ବାଦନର ଶିକ୍ଷା ଘର l

କୀର୍ତ୍ତନମଣ୍ଡଳ(ଳୀ)
କୀର୍ତ୍ତନ ଗାନ ଓ ବାଦନକାରୀ ଦଳ, କୀର୍ତ୍ତନିଆଁଦଳ l


logo