logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାର୍ତ୍ତିକପୂଜା
ମାର୍ଗଶୀର ମାସର କୃଷ୍ଣପକ୍ଷ ଦ୍ଵାଦଶୀରେ ଅନୁଷ୍ଠିତ କାର୍ତ୍ତିକେୟଙ୍କ ପୂଜା ଉତ୍ସବ l

କାର୍ତ୍ତିକବ୍ରତ
କାର୍ତ୍ତିକ ମାସରେ ବିଧବା, ଧର୍ମପ୍ରାଣ ବ୍ୟକ୍ତିମାନେ ପାଳୁଥିବା ବ୍ରତ l ପ୍ରାତ ସ୍ନାନ, ଦାନ, ମାହାତ୍ମ୍ୟଶ୍ରବଣ, ଆକାଶଦୀପ ଦାନ,ହବିଷାନ୍ନ ଭକ୍ଷଣ ଇତ୍ୟାଦି କର୍ମ ସଂପାଦନ ମାସସାରା କରାଯାଏ l

କାଳଶି/କାଳସୀ
ଲୋକାଚାରରେ କୌଣସି ବ୍ୟକ୍ତି ଉପରେ କୌଣସି ଦେବଦେବୀ ସବାର ସାଜିବା ବିଶ୍ଵାସରୁ କାଳିସୀ ଲାଗିଥାଏ ବୋଲି କୁହାଯାଏ l ନର ବା ନାରୀ ଉପରେ ଦେବ ବା ଦେବୀ ସବାର ସାଜିଲେ, ଏମାନେ ଅତିଲୌକିକ କାର୍ଯ୍ୟମାନ କରନ୍ତି l ଭବିଷ୍ୟତ ସଂପର୍କରେ ସୂଚନା ଦିଅନ୍ତି, ଘଣ୍ଟ, ଘଣ୍ଟା, ଢୋଲ ବଜାଇ ଏମାନଙ୍କ ଯାତ୍ରା ହୁଏ l ଝୁଣାଧୂପ ଦିଆଯାଏ l ଆଦିବାସୀ ସଂପ୍ରଦାୟରେ ବରୁଆ, ଗୁଣିଆ ଅଥବା ଦେହୁରୀକୁ କାଳିସୀ ଲାଗେ l ଓରାଙ୍ଗମାନେ କାଳିସୀକୁ ଭଗତ, ଖରିଆ ଓ କିସାନମାନେ ମାଟି, ଜୁଆଙ୍ଗ ଓ ଭୂୟାଁମାନେ, ଗୁଣିଆ ଓ ରାହୁଳିଆ, କନ୍ଧ ଓ ପରଜାମାନେ ବେଜୁଣି, ସ‌ଉରାମାନେ ଶାସନ ଓ ଗଣ୍ଡା ଏବଂ ଗଦବାମାନେ ଦିସାରି କହନ୍ତି l ଲୋକଜୀବନର ଆଧ୍ୟାତ୍ମିକ ବିଚାରବୋଧଟି କାଳିସୀ ପ୍ରତି ଗଭୀର ଆସ୍ଥା ପ୍ରକଟ କରିଥାଏ l

କାଳି
୧. ସ୍ୟାହି l ୨. କଳାରଙ୍ଗ l ୩. ବାକି, ଉଧାର l ୪. ଶଗଡ଼ ଅଖରେ ଦିଆଯିବା ତେଲ କାଣ୍ଟି l ୫. ବାଗୁଡ଼ି ଖେଳରେ ଖେଳାଳି ଧରୁଥିବା ରାହା l ୬. ଗୋରୁ ଅଡ଼ାଇବା l

କାଳିକା
୧. କାଳୀ, ଦେବୀ, ଦୁର୍ଗା l ୨. ଗୁହୁକାଳିକା ଚଢେଇ l

କାଳିକାନାଟ
କଳାମୁଖା ଦେଇ କାଳୀ ରୂପରେ ସଜ୍ଜିତ ହୋ‌ଇ ଗାଁ ଦାଣ୍ଡରେ ଢୋଲ, ମହୁରୀ, ଘଣ୍ଟ ବାଦ୍ୟ ସହିତ ଅନୁଷ୍ଠିତ ନୃତ୍ୟ l

କାଳିଘଡ଼ି
ଦୁଆତ l ଏଥିରେ ଥିବା କାଳିରେ କଲମ ବୁଡ଼ା ଯାଇ ଲେଖାଯାଏ l

କାଳୀପୂଜା
କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀରେ କାଳୀ ଠାକୁରାଣୀଙ୍କ ପୂଜା l

କାଳିସୀ
କୌଣସି ଦେବୀ ପୂଜକଙ୍କ ଉପରେ ଦେବୀ ସବାର ହୋ‌ଇ ଭଲମନ୍ଦ ବୟାନ ଦେବାର ଆଦିବାସୀ ଲୋକ ବିଶ୍ଵାସ l ସ୍ଥାନ ବିଶେଷରେ କାଳିସୀର ନାମାନ୍ତର ହେଉଛି - କାଲେ, ଦେହୁରି, ନାଇଗା, ନାଗମ, ଜାନି, ଶିଶା, ରାହୁଲିଆ, ବେହୁଣି, ଦିସାରୀ l ଏମାନଙ୍କୁ ମ‌ଇଁଷି, ମେଣ୍ଢା, ଛେଳି ଓ କୁକୁଡ଼ାଦି ବଳି ଦିଆଯାଏ l

କାଲୁଆମନ୍ତ୍ର
ଯେଉଁ ମନ୍ତ୍ର ପ୍ରୟୋଗ ଦ୍ଵାରା ଶରୀର କ୍ରମଶଃ ଜଡ ହୋ‌ଇଯାଏ l


logo