logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାନ୍ଧିଆବେହେରା
ସବାରି ପାଲିଙ୍କିର ଆଗପଛ ବାଉଁଶକୁ କାନ୍ଧାଉଥିବା ବ୍ୟକ୍ତି l

କାପ୍‌
କାନର ଅଳଂକାର ବିଶେଷ l

କାପ୍‌ଲା
ଲୁଗା, ବସ୍ତ୍ର l

କାପ
୧. ଚଟକା ଓ ବର୍ତ୍ତୁଳାକାର କାନର ଅଳଂକାର l ୨. ପୁରୁଣା ଶଗଡ଼ର ତୁମ୍ବ, ଅଖ ଦ୍ଵାରା ଘୋରି ହୋ‌ଇଗଲେ ତହିଁରେ ଦିଆଯାଉଥିବା ଗୋଲିଆ କାଠ l ୩. ଘଣାଗଣ୍ଡିରେ ଥିବା ଗାତର ଉପର ଅଂଶ, ଏହା କୁସୁମ କାଠରେ ତିଆରି ହୋ‌ଇଥାଏ l ତୈଳବୀଜ ଅଜଡାହେବା ପରେ ଏହା ତାକୁ ଧରିରଖେ l

କାପତା
କପୋତ ପକ୍ଷୀ l

କାପତାପତ୍ର
ହବିଷ ଅନ୍ନ ଭୋଜନ ପୂର୍ବରୁ ଛୋଟ କଦଳୀପତ୍ରରେ କପୋତ, କପୋତୀ ପାଇଁ ବଢା ଯାଇଥିବା ସାମାନ୍ୟ ଅନ୍ନ, ବ୍ୟଞ୍ଜନ l

କାପାଳିକ
ବାମାଚାରୀ ତାନ୍ତ୍ରିକ l ଏମାନେ ମଶାଣି ପାଉଁଶ ବୋଳି ହୁଅନ୍ତି, ବେକରେ ହାଡ଼ମାଳ ପକାନ୍ତି l ମଣିଷ ଖପୁରି ଧରିଥାନ୍ତି l

କାମଡ଼ା
ଚାଳ ବା ବାଡ଼ର ଦୁଇ ପାଖରେ ଥିବା ବତାକୁ ଏକାଠି ଭିଡି ଦୃଢ ଭାବରେ ଗଣ୍ଠି ବାନ୍ଧିବା l

କାମିଆ
ଖାଉନ୍ଦଠାରୁ ଟଙ୍କା ନେଇ ଋଣ ଶୋଧ କରିବା ପାଇଁ କାମ କରୁଥିବା ବ୍ୟକ୍ତି, ଦିନ ମଜୁରିଆ l

କାମୀ
୧. ଶଗଡ଼ଚକର ହାଲ l ୨. ଶଗଡ଼ତୁମ୍ବରେ ପଶିଥିବା ଲୁହାବଳା l ୩. ଯୋଡ଼ପଟା ଉପରେ ବସିବା ପଟି କାଠ l ୪. ଦିନ ମଜୁରିଆ l


logo