logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଦୁଅଘାଟି
ବାହାଘରର ପଞ୍ଚମ ଦିନରେ ହେଉଥିବା ଉତ୍ସବ l

କାଦୁଆପଟା
ଚୌକାଠର ଉପର ମୁଣ୍ଡରେ କାନ୍ଥତଳେ ଥିବା ପଟା l

କାଦୋମଲି
ଆଖୁ ଦୋରୁଅ ରନ୍ଧା ହେବା ପରେ ଏଥିରୁ ବାହାରୁଥିବା ମ‌ଇଳା ଫେଣ l

କାନ୍‌ଖିଲା
ଅଣଖିଲ, ଶଗଡ଼ ଅଖର କିଳା l

କାନ
୧. କାନର ଅଳଂକାର l ୨. ରଞ୍ଜକଦାନି l ୩. ବେହେଲାର ତାର ଗୁଡା ହୋ‌ଇଥିବା ଛୋଟ ଖୁଣ୍ଟ l

କାନକୁଟୁଳି
କାନରେ ପଶିଯାଉଥିବା ଟାଣ ପକ୍ଷୀଥିବା ଏକ ପ୍ରକାର ପୋକ l

କାନକୁଟୁରୀ
କାନକୁଟିଳି l

କାନ‌ନାଉଳି
ରାଜା, ଜମିଦାର ପୁଅଙ୍କର କାନଫୋଡ଼ା ଉତ୍ସବ l

କାନନୁଡୁକା
ନୋଲକ l କାନର ଉପର ଅଂଶରେ ପିନ୍ଧା ଯାଉଥିବା ଫାସିଆ l

କାନପେଣ୍ଡି
କାନର ତଳ ଅଂଶରେ ପିନ୍ଧାଯିବା ଅଳଂକାର l ଏହା କୁଣ୍ଡଳ ଆକାରର, ଏଥିରେ ଝରା ଲାଗିଥାଏ l


logo