logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଣ୍ଡହେଙ୍ଗୁଳ
ଦଶହରାବେଳେ ଦେବୀ ବିମଳାଙ୍କୁ ପିନ୍ଧାଯାଉଥିବା ନାଲି ସୂତାଶାଢ଼ି l

କାଣ୍ଡାରୀ
ଯେ ଡଙ୍ଗାର ମଙ୍ଗକୁ ଧରିଥାଏ l ନୌକାର ଗତିପଥ ନିୟନ୍ତ୍ରଣ କରେ l

କାଣ୍ଡି
୧. ଲୁଣ ଗୋଦାମ l ୨. ଗାଁ ର ଛୋଟ ଦୋକାନ l ୩. ଗୋଦାମ, ଗଞ୍ଜ l

କାଣ୍ଡିଆ
୧. ଧାନକୁଟା ହେବା ପରେ ଶେଷଥର କଣ୍ଡାହୋ‌ଇ ବାହାରିଥିବା ସରୁକୁଣ୍ଡା l ୨. ଅଠାକାଣ୍ଡିଆ, ପକ୍ଷୀ ଧରିବା ପାଇଁ ନଳୁଆକେଳାର ନଳ ଅଗରେ ବନ୍ଧା ଦିଫାଳିଆ ଅଠାଲଗା ବେତ ବା ବତା l ୩. ଚାଳଘରର ରୁଅର ଫୋଡ଼ ଭିତରେ ପଶୁଥିବା ମୂଳିବାଉଁଶର ବତାରେ ତିଆରି ଛୁଞ୍ଚି l

କାଣ୍ଡୁଆ
ବାଣୁଆ, ଶିକାରୀ, ଝଗଡାପ୍ରେମୀ l

କାତ
୧. ଡ଼ଙ୍ଗା ଚଳାଇବା ପାଇଁ ବ୍ୟବହୃତ ଲମ୍ବା ବାଉଁଶ, ଏଥିରେ ଠେସ ଦେଇ ଡଙ୍ଗା ଚଳାଯାଏ l ୨. ନକସ ଖେଳରେ ହୁଡ଼ ବନ୍ଧା ପ‌ଇସା l

କାତରା
୧. ଧୂଆଁପତ୍ରର ମେଣ୍ଟାର ଏକ ଫାଳ l ୨. କଦଳୀ କାନ୍ଦିର ଫେଣା l ୩. ପିକା ଉପରେ ଗୁଡ଼ା ଯାଇଥିବା ଧୂଆଁପତ୍ର l ୪. ଗୋଟା ପାନରୁ ଚିରାଯିବା ଛୋଟ ଅଂଶ l ୫. କାନ୍ଦିର ଶେଷ ଫେଣାରେ ଥିବା ଛୋଟ କଦଳୀ l ୬. ଅତି ସରୁଆ ସୋଲ ପାତିଆ l ୭. ତେଲ ଘଣାରେ ବସିବା ପାଇଁ ଲାଗିଥିବା ଲମ୍ବପଟା l

କାତରାଗଡ଼ି
ଚାଳଘରର ମଥାନ ଗଡ଼ି, ଉପର ଗଡ଼ି l

କାତି
୧. ଛୋଟ କଟୁରୀ, ଛୁରି l ୨. ସାପର ଖୋଳପା l ୩. ମାଛ ପ୍ରଭୃତିର ଉପର ଆବରଣ l ୪. ଗୁଆ କାଟିବାର ଯନ୍ତ୍ର l

କାତୁଆ
୧. କଂସା, ପିତଳ ଇତ୍ୟାଦିର ପତ୍ରକୁ କାଟିବା ପାଇଁ ବ୍ୟବହୃତ କତୁରି ପରି ଶସ୍ତ୍ର l ୨. ଚଷାଙ୍କ ଖୁରୁପି, ପତଳା ଶାବଳ ପରି ଅସ୍ତ୍ର l ୩. ଧାନକ୍ଷେତରୁ ପାଣି କାଟିବା ପାଇଁ ବ୍ୟବହୃତ କାଠ ଖୋଳଣି l


logo