logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଣ୍ଟି
ଗିନା, ଘଡ଼ିରେ ବସି ଯାଇଥିବା ତେଲରେ ବହଳିଆ, ମ‌ଇଳା ଅଂଶ l

କାଣ୍ଟିଆ
୧. ରେଶମ ବା ପାଟ ଚଦର l ୨. ଆଉଟା ସୁନାରୂପା ଢଳା ହେଉଥିବା ଲମ୍ବାଳିଆ ଖାଲୁଆ ଛାଞ୍ଚ l ୩. ଏକ ପ୍ରକାରର ମାଛ ଧରା ଜାଲ l

କାଣ୍ଟିବଗ
ଧୂସର ରଙ୍ଗର ବଗ l

କାଣ୍ଡ
୧. ଧନୁ ଓ ଶର l ୨. ଚାଳ ଘରର କୋଣରେ ଥିବା ବଡ ରୁଅ l ୩. ପାନ ବରଜରେ ପାନଲତା ମାଡିବା ପାଇଁ ପୋତାଯାଇଥିବା ସରୁ ବତାର ପାଖୁଡ଼ି l ୪. ଉପରେ ଓ ତଳେ ଲୁହା କଣ୍ଟା ଦିଆ ଯାଇଥିବା ସରୁବାଡ଼ି l ଏମିତି ଚାରୋଟି ବାଡି ସତ୍ୟନାରାୟଣ ପୂଜା ବେଳେ ଆସ୍ଥାନର ଚାରି କୋଣରେ ପୋତାଯାଏ l

କାଣ୍ଡକାର
ଶର ତିଆରି କଲାବାଲା l

କାଣ୍ଡଘର
ପ୍ରଥମ କରି ରଜସ୍ଵଳା ହେବା ବାଳିକାକୁ ସାତଦିନ ପାଇଁ କାଣ୍ଡ ପୋତି ଯେଉଁ ଘରେ ରଖାଯାଏ l

କାଣ୍ଡନଳ
୧. ଏକ ପ୍ରକାରର ସରୁଆ ଛୋଟ ସାପ l ୨. ନଳୁଆ କେଳା ଚଢ଼େଇ ଧରିବା ପାଇଁ ବ୍ୟବହାର କରୁଥିବା ସରୁଆ, ହାଲକା ଓ ସିଧା ଅଠାଲଗା ବାଉଁଶ ବାଡି l

କାଣ୍ଡବାହା
ବାହାଘର ସମୟରେ ପ୍ରଥମେ କାଣ୍ଡଟିଏ ପୋତି, ଏହା ସହିତ ବାହା ହେବାର ପ୍ରଥା l

କାଣ୍ଡଶଣ୍ଢିଆ
ଭଲ ଭାବରେ ଖାସୁ କରାଯାଇ ନଥିବା ଅଣ୍ଡିରା ବାଛୁରୀ ଯେ ବଡ଼ ହେଲେ ବେଳେ ବେଳେ ଷଣ୍ଢ ଭଳି ଆଚରଣ କରେ l

କାଣ୍ଡଶର
୧. ଏକ ପ୍ରକାରର ଡେଙ୍ଗା ତୃଣ, ଶରତୃଣ l ୨. ଧନୁ ଓ ଶର l


logo