logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଠିଖାଇ
ମାଡ଼େଇ, ସବାଖାଇ ଇତ୍ୟାଦି ଗାଳି ବିଶେଷ l

କାଠିଖିଆ
ମାଡୁଆ l

କାଠିଛୁଆଁ
ସର୍ପଦଂଶନ l

କାଠିଝଲକା
ଉପର କାନର ଅଳଂକାର l ଏଥିରେ କାଠିପରି ଝରାମାନ ଝୁଲୁଥାଏ l

କାଠିପିଞ୍ଛି
୧. ଭାତ ଗାଳିବା ପାଇଁ ବ୍ୟବହୃତ ତାଲପତ୍ର ମଢୁଆର ଗୁଚ୍ଛl ୨. କାଠି ତିଆରି ଚ‌ଅଁର l

କାଠିମସିଣା
କାଠି ଦ୍ଵାରା ବୁଣା ହୋ‌ଇଥିବା ମସିଣା, ପରୁଡ଼ି ମସିଣା l

କାଠିମୁକୁଟ
ବାହାଘରେ ବେଳେ ବର, କନ୍ୟା ମୁଣ୍ଡରେ ପିନ୍ଧୁଥିବା ସୋଲ ଓ କାଠି ତିଆରି ମୁକୁଟ l

କାଠିଲାଗି
ଦେବତା ଓ ରାଜାଙ୍କର ଦାନ୍ତଘଷା l

କାଠୁଆ
୧. ଛୋଟ ଡ଼ଙ୍ଗା l ୨. ବଟା ହଳଦୀ, ଲୁଣ ଇତ୍ୟାଦି ରଖିବା ପାଇଁ କାଠ ତିଆରି ଆଧାର l ୩. କାଠ ବ୍ୟବସାୟୀ l ୪. ଜଗନ୍ନାଥଙ୍କ ରୋଷ ଘରକୁ ଜାଳେଣି କାଠ ଯୋଗାଣକାରୀ l ୫. ବହଳିଆ l

କାଠୁରିଆ
୧. ବଣରୁ ଜାଳେଣି କାଠ ହାଣି ବିକୁଥିବା ଲୋକ l ୨. କାଠ ହଣାଳି, କାଠ ବ୍ୟବସାୟୀ l


logo