logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଛ
କରିଆ, ଛୋଟଖଦୀ, ଛୋଟ ପତଳା ଓ ରଙ୍ଗୀନ୍‌ ଲୁଗା l ଲେଙ୍ଗୁଟି, ଛୋଟ କଟି ବସ୍ତ୍ର l

କାଛା
ମଲ୍ଲମାନଙ୍କର ଲେଙ୍ଗୁଟି, କାଛିଆ l

କାଜ
୧. ବର୍ଷା ପାଣି ଗଡ଼ିଯିବା ପାଇଁ ସଡ଼କ ଧାରରେ ପଥର ବାଡ଼ିଆ ହୋ‌ଇ କରାଯାଇଥିବା ଢାଲୁ ଅଂଶ l ୨. ବୋତାମ ଲଗାଇବା କଣା l

କାଞ୍ଚନଥାଳି
ଉଚ୍ଚ ଫନ୍ଦ ଥିବା ଥାଳି l

କାଞ୍ଚଲା
୧. ତେଲ ରଖା ଛୋଟ ଘଡ଼ି , କାଞ୍ଚଲି l ୨. ନାରୀମାନଙ୍କ ବକ୍ଷର ଉପରର ଅନ୍ତର୍ବାସ, ବକ୍ଷବନ୍ଧନୀ l

କାଞ୍ଚି
ଅଣ୍ଟାସୂତା, ଗୋଠ l

କାଞ୍ଜି
ବାସି ତୋରାଣି, ପେଜରେ ପରିବା ପଡ଼ି, ତିଆରି ହୋ‌ଇଥିବା ତରକାରି l

କାଞ୍ଜିଅ‌ଅଁଳା
ମାର୍ଗଶୀର ମାସର କୃଷ୍ଣପକ୍ଷ ନବମୀ, ଏଇଦିନ ପାଳିତ ଓଷା l ଅ‌ଅଁଳା କୋଳି ପକାଇ ପ୍ରସ୍ତୁତ ହୋ‌ଇଥିବା କାଞ୍ଜି ନେଇ ସଂଜବେଳେ ତୁଳସୀ ଚ‌ଉରା ନିକଟରେ ପୂଜା କରାଯାଏ l

କାଞ୍ଜିଆ
୧. କାଞ୍ଜି ପରି ଖଟା l ୨. ଭିତର ପଚି ଯାଇଥିବା l

କାଞ୍ଜିଗାତ
ନାରୀମାନଙ୍କର ଏକ ପ୍ରକାର ଖେଳ l ଗୋଟିଏ କାଠ ପଟାରେ ସାତଟି ଗାତ ଥାଏ l ଏଥିରେ ତେନ୍ତୁଳି ବା ବ‌ଉଳ ମଞ୍ଜି ପକାଇ ଖେଳାଯାଏ l


logo