logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାକୁଡ଼ିଆ
୧. ବଣୁଆ ଲ‌ଇ ବିଶେଷ l ୨. ଏକ ପ୍ରକାର ରଗଡ଼ା ଘାସ l

କାକୁଡ଼ି
ଲତା ଫଳ, ଏହାକୁ କଞ୍ଚା ଖିଆଯାଏ l ପାଚିଲା କାକୁଡ଼ି ଆମ୍ବିଳ କରାଯାଏ l

କାକୁଡ଼ିଖାଇ
ଗୋସାଣୀ ଯାତର ମେଢ଼ରେ ବାହାରିବା ଦେବୀ ପ୍ରତିମା ବିଶେଷ l

କାଙ୍କ
ମାଟିହଣା ସରୁଆମୁହାଁ ଲୁହା କୋଦାଳ, ଏଥିରେ ବେଣ୍ଟ ଥାଏ l

କାଙ୍କଡ଼
ବଣୁଆ ଲଟା ଓ ଏହାର ଫଳ l ଏଇ ଫଳକୁ ପରିବା ରୂପେ ଖିଆଯାଏ l ଏହି ଫଳ ଉପରେ ସରୁଆ ନରମା କଣ୍ଟା ଥାଏ l ବର୍ଷାଦିନେ ଏହା ଫଳେ l

କାଙ୍ଗାଳି ଭୋଜନ
ଦୁଃଖୀ ଦରିଦ୍ରଙ୍କୁ ପ୍ରଦାନ କରାଯାଉଥିବା ମାଗଣା ଖାଦ୍ୟ ସାମଗ୍ରୀ l

କାଙ୍ଗୁ
୧. ସୁଆଁ ଜାତୀୟ ଧାନ l ୨. ଏକ ପ୍ରକାରର ଲଟା ଫଳ l

କାଙ୍ଗୁଲ
ଏକ ପ୍ରକାର ବଡ଼ ହରଡ଼ l

କାଙ୍ଗୁଲା
ସୁନା ରୂପାର ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ l

କାଚରା
କାଚ ବିକାଳି l


logo