logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଉଁରୀବର
କୁମାରୀ ପୋତିଥିବା ବର l

କାଉଁରୀମନ୍ତ୍ର
ଗୁଣି ଗାରିଡ଼ିର ମନ୍ତ୍ର l

କାଉଁରୀହାଡ଼
କୁହୁକ ହାଡ଼, କୁଆଁରୀ ଅବସ୍ଥାରେ ମରିଥିବା କନ୍ୟାର ଅସ୍ଥି l

କାଉକଣ୍ଠି
ନାନା ରଙ୍ଗର ମାଳିରେ ଗୁନ୍ଥା ହୋ‌ଇଥିବା କଣ୍ଠି l

କାଉଚିଆ
୧. ଏକ ପ୍ରକାର ବିଷହୀନ ଛୋଟ ସାପ l୨. ଅଣ ଓସାରିଆ ରାସ୍ତା l

କାଉଡ଼ିଆ
ଭାରୁଆ l

କାଉଣି
ଏକ ଅଙ୍ଗିଆ ଭାର l

କାଂସୁଲି
ପୋଲା ଓ ଗୋଲିଆ ଜିନିଷ ବାଡ଼େଇ ଠୋଲା କରିବା ପାଇଁ ବ୍ୟବହୃତ ଠେସ, ଠସା l

କାକତୁଆ
ଶୁଆ ଜାତୀୟ ଏକ ପ୍ରକାର ଲମ୍ବାଳିଆ ପକ୍ଷୀ l

କାକରା
୧. ମଶାଲ ଜଳା ହେବା ପାଇଁ ବ୍ୟବହୃତ ତେଲଭିଜା ବଳିତା l ୨. ଏକ ପ୍ରକାର ଚଟକା ଛଣା ପିଠା lଚାଉଳଚୂନାରେ ଗୁଡ଼ ମିଶାଇ ଖଳି ଜନ୍ତି ଏହାକୁ ଗୋଲିଆ ଓ ଚଟକା କରି ଘିଅରେ ଛଣା ଯାଏ l ସାଦା କାକରା ଏବଂ ପୁରକାକରା ଭେଦରେ ଏହା ଦୁଇ ପ୍ରକାରର l


logo