logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କାଇଁଚକାକୁଡ଼ି
କ‌ଇଁଚି କାକୁଡ଼ି, କୁଆଁ ମ‌ଇତା l

କାଇଁଶ
ଖରି, କାଶତୃଣ l

କାଇଘର
୧. ଚାଳଘର, ମାଟିଘର, କଚାଘର l ୨. କାଇମାନେ ତିଆରି କରିଥିବା ପତ୍ର କୁଡ଼ିଆ l

କାଇବସା
କାଇଘର, ନାଲିଜନ୍ଦା ମାନଙ୍କ ଦ୍ଵାରା ତିଆରି ବସା l ପତ୍ର ଗୁଡ଼ିକୁ ଏକାଠି କରି ଜନ୍ଦାମାନେ ଗୋଲାକାର ଠୋଲା କରି ଏଥିରେ ରହନ୍ତି l

କାଇଲୁଗା
ଗେରୁଆ ଲୁଗା l

କାଇମାଟି
ସାଜିମାଟି, ଫିକାରଙ୍ଗର ମାଟି l

କାଉଁଡ଼ି
ଡ଼ାବରପୁଆ ଖେଳରେ ଗାତ ନିକଟରୁ ପୁଆ ପଡ଼ିଥିବା ଦୂରତା ପରିମାପକ ସଂକେତ l

କାଉଁରି
୧. ଗ‌ଉଡ଼ମାନଙ୍କ ବ୍ୟବହୃତ ଏକପ୍ରକାର ବାଡ଼ି l ୨. କୁଆଁରୀ l

କାଉଁରିଆ
ନଳିତା, ଛଣପଟ, ଧନିଚା ଗଛର ଚୋପାଛଡ଼ା କାଣ୍ଡ l

କାଉଁରୀଚାନ୍ଦ
ପ୍ରତିପଦା ତିଥିର ଚନ୍ଦ୍ର l


logo