logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କସୋରନଡ଼ିଆ
ଅଧା ନଡ଼ିଆ l

କସ୍ତା
୧. ନାଲିସୂତା l ୨. ମୋଟାଳିଆ, ରଙ୍ଗୀନ୍‌ ଲୁଗା l ୩. ନାଲି ସୂତାରେ ତିଆରି ମୋଟା ଲୁଗା l

କହୁଣିଆ
ଚାଳ ଘରର ପିଣ୍ଡା ପାଖକୁ ଚାଳକୁ ଟେକି ଧରିଥିବା କାଠଖଣ୍ଡ l

କାଁଚି
ଛୋଟିଆ ତେଲଗିନା l

କାଁଥି
କାନ୍ଥି, ଅଧାକାନ୍ଥ, ମାଟିକାନ୍ଥ, ଅଳ୍ପ ଉଚ୍ଚତା ବିଶିଷ୍ଟ କାନ୍ଥ l

କାଁଆଳ
କାହାଳ, କୁହୁଡ଼ିଆ, ମେଘୁଆ ପାଗ l

କାଇ
୧. ଗଛରେ ରହୁଥିବା ନାଲି ଜନ୍ଦା l ୨. ହଳଦିଆ ରଙ୍ଗର ମାଟି l

କାଇଁଚ
ଗୁଞ୍ଜଫଳ l

କାଇଁଚ ଡ଼ାଲା
ଖରି ଗଛରେ ତିଆରି ଡ଼ାଲା l

କାଇଁଚମାଳା
ଗୁଞ୍ଜଫଳରେ ଗୁନ୍ଥା ମାଳି l


logo