logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଷ୍‌ଣା
ଲଙ୍ଗଳଲୁହା l

କଷା
୧. କଷଟିପଥର l ୨. ପାଣିରେ ପଡ଼ି ପାଗ ହୋ‌ଇଥିବା ନଡ଼ିଆ କତା l

କଷ କରିବା
୧. ନଡ଼ିଆ କତାକୁ ବତୁରାଇ ପାଗ କରିବା l ୨. ଲୁଗା ରଙ୍ଗ କରିବା l ୩. ବାଉଁଶ, ବତା, ଲ‌ଇ ଆଦି ପାଗ କରିବା l

କଷଣି
୧. ଗୋଡ଼ ଆଙ୍ଗୁଠିରେ ପିନ୍ଧାଯିବା ମୁଦି l ୨. ହାତ ଆଙ୍ଗୁଠିରେ ପିନ୍ଧାଯିବା ମୁଦିଆ l ୩. ଖୋଷଣି, ଅଣ୍ଟାର ଡ଼ାହାଣ ପାଖରେ ରହୁଥିବା ପିନ୍ଧା ଲୁଗାର ଅଂଶ l

କଷରା
ଫିକା ନାଲିଆ, ନାଲି ଓ ମାଟିଆ ରଙ୍ଗ ମିଶା l

କଷି
୧. ଛୋଟ କଞ୍ଚା ଫଳ l ୨. ଏକ ପ୍ରକାରର ଜଙ୍ଗଲି କାଠଗଛ l ୩. କ‌ଉଡ଼ି ଖେଳରେ କ‌ଉଡ଼ି ଚିତ୍‌ ହୋ‌ଇ ପଡ଼ିବାର ଦାନ l ୪. ଏକ ପ୍ରକାରର କ‌ଉଡ଼ି ଖେଳ l

କଷୁଣୀ
ଧନୁର ଗୁଣକୁ ଆକର୍ଷଣ କରିବାକୁ ଆଙ୍ଗୁଠିରେ ପିନ୍ଧାଯିବା ମୁଦିଆ l

କଷପାଣି
ଗଛ ଇତ୍ୟାଦିରୁ ବାହାରୁଥିବା ଅଠାଳିଆ ରସ l

କସପିଛୁଆ
ଜାରଜ, ବେଶ୍ୟାପୁଅ l

କସିପାଞ୍ଚି
ଏକ ପ୍ରକାରର କ‌ଉଡ଼ି ଖେଳ l ଏଥିରେ ପାଞ୍ଚକଡ଼ା କ‌ଉଡ଼ି ନେଇ ଦୁଇଜଣ ଖେଳିପାରନ୍ତି l ଗୋଟିଏ କ‌ଉଡ଼ି ଚିତ୍‌ ହୋ‌ଇ ପଡ଼ିଲେ କସି ହୁଏ l


logo