logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଲି
୧. ଗଂଜେଇ ଗଛର ଗଜା l ୨. ବାଳର ଭଂଗୀ, କାନପାଖ ଗାଲରେ ଥିବା ବାଳ l ୩. କଳା-ସିନ୍ଦୂର ଇତ୍ୟାଦିରେ ସୂକ୍ଷ୍ମାଗ୍ର ଚିତା l

କଳି ଅନ୍ଧଣ
ଶ୍ରୀ ଜଗନ୍ନଥଙ୍କ ପେଟରେ ବନ୍ଧା ଯାଇଥିବା ୧୬ ହାତିଆ ଲୁଗା l

କଲିଆରି
୧. କଡ଼ିଆଳ, କାରୁକାର୍ଯ୍ୟ ଖଚିତ ଖଡୁ ବା ବଳୟ l ୨. ଘୋଡ଼ା ପାଟିରେ ଦିଆଯାଇଥିବା ଫିତାଲଗା ଲୁହାବଳୟ l

କଲିକତରା
ମାଟି କାଦୁରେ ଗାତ କରି ରହୁଥିବା ପକ୍ଷୀଥିବା କୀଟ l

କଲିକା
ହୁକାଟଣା ଚିଲମ l

କଳିଚା
ଏକ ପ୍ରକାରର ବଣୁଆ କାଠଗଛ l

କଲିଚୂନ
ଶିପଚୂନ, ଗେଣ୍ଡା, ଶାମୁକା ପୋଡ଼ାହୋ‌ଇ ଉତ୍ପନ୍ନ ହୋ‌ଇଥିବା ଚୂନ l

କଳିଯୁଗ
କଳିକାଳ, ହିନ୍ଦୁପୁରାଣ ମତରେ ଚତୁର୍ଥ ଯୁଗ l

କଳୁଆଁ
ଅମଣିଆଁ, ଦେବ ଭୋଗ ପାଇଁ ଉଦ୍ଦିଷ୍ଟ ଅଥଚ ନିବେଦିତ ହୋ‌ଇନଥିବା ଭୋଗ l

କଲ୍ୟାଣଘର
ବ୍ରତଘର, ବାହାଘର l


logo