logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଳାକନା
ହାଣ୍ଡିଧରା କନା l

କଳାଜମି
୧. ସବୁ ପ୍ରକାର ଫସଲ ହେବା ପାଇଁ ଉପଯୁକ୍ତ ଜମି l ୨. ଢିଅ ଜମି, ଘରଡିହ l

କଳାଜିରା
କଳାରଙ୍ଗର ଜିରା ମସଲା, ଏହା ଏକ ପ୍ରକାର ଶାଗର ମଂଜି l ଏଥିରେ ବିବିଧ ଔଷଧୀୟ ଗୁଣ ରହିଛି l

କଳାତୁଳସୀ
କଳାରଙ୍ଗର ପତ୍ରଥିବା ତୁଳସୀ ଗଛ ଓ ଏହାର ପତ୍ର l ଏହାର ବିଭିନ୍ନ ଔଷଧୀୟ ଗୁଣ ରହିଛି l

କଳାପାତୀ
୧. କଜଳ ରଖିବା ପାଇଁ ଧାତୁ ତିଆରି ଆଧାର l ୨. କଜଳପାତି ଚଢେଇ l ୩. ଡ଼ଙ୍ଗାର ଯୋଡ଼ ପଟା ଗୁଡ଼ିକର ସନ୍ଧିରେ ତରଳା ଝୁଣା ମାରି ଫାଟ ବନ୍ଦ କରିବା l

କଳାବ‌ଇଁଶି
କାତି ଥିବା ଏକ ପ୍ରକାରର ମାଛ l

କଳାବୁଆ
ବେଉଷଣ ହେବା ପୂର୍ବରୁ ସାମାନ୍ୟ କଳାରଙ୍ଗ ଦେଖାଯାଉଥିବା ଧାନଗଛ l

କଳାବେଠିଆ
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ରଥ ଟାଣିବା ପାଇଁ, ପୁରୀରେ ରହୁଥିବା ଶବରଙ୍କ ବଂଶଧର l

କଳାରାଆଟ ଘର
ଶ୍ରୀଜଗନ୍ନାଥଙ୍କ ମନ୍ଦିର l

କଳି
୧. ଝଗଡ଼ା, କଳହ l ୨. ବାହାଡ଼ା ଗଛ ଓ ଫଳ l ୩. କଳିଯୁଗ, କଳିକାଳ l


logo