logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଳମ
ଏକ ଜାତୀୟ ଜଳଜ ଶାଗ l

କଲବଲ
ଛଟପଟ l

କଲମ
୧. କାଳି ବୁଡାଇ ଲେଖା ଯାଉଥିବା ଲେଖନୀ l ୨. ବଣିଆଙ୍କର ଏକ ପ୍ରକାର ମୁନିଆଁ ଯନ୍ତ୍ର l ୩. କାଚ, ଝାଡ଼ ପ୍ରଭୃତିରେ ଲାଗିଥିବା ତିନି କୋଣିଆ କାଚଖଣ୍ଡ l ୪. ନୂଆ ଗଛ ପାଇଁ ପୁରୁଣା ଗଛରୁ କଟାଯିବା ଚେରଲଗା ଡାଳ l

କଲମି
୧. ଗଛରୁ କଲମ କରାଯାଇଥିବା ଗଛ l ୨. କଲମ ହୋ‌ଇଥିବା ଗଛରୁ ଉତ୍ପାଦିତ ଫଳ |

କଲରା
ପିତାଫଳ ବିଶିଷ୍ଟ ଲତା ଓ ତା'ର ଫଳ l

କଲରାପତ୍ରିଆ
କଲରା ପତ୍ର ପରି ଚିହ୍ନ ଥିବା ବାଘ l

କଳସ
୧. ଜଳପାତ୍ର, ଘଟ, ଘଡ଼ା, ମାଠିଆ l ୨. ଦେଉଳ ଉପରେ ସ୍ଥାପିତ ଦଧିନ‌ଉତି l ୩. ମଙ୍ଗଳ କାମ, ପୂଜା ପାର୍ବଣରେ ପୂଜା ହେଉଥିବା ପୂର୍ଣ୍ଣ କୁମ୍ଭ l ୪. ଆଠସେର ପରିମାଣ l

କଳସା
୧. ଯୋଡ଼ାହେବା ପାଇଁ ଦୁଇପଟା ଦାଢ଼ରେ ଲମ୍ବା ହୋ‌ଇ ଖୋଳାଯାଇଥିବା ଖାଲ l ୨. ପଟା ଯୋଡ଼ା ହେବା ପାଇଁ ବଢ଼େଇଙ୍କ ଦ୍ଵାରା ବ୍ୟବହୃତ ଛୋଟ ନିହଣ ବା ତାଗୀ l ୩. ମଙ୍ଗଳଗାନ ବିଶେଷ l

କଳସାଇବା
ପଟା ସହିତ ପଟା ଯୋଡ଼ିବା ପାଇଁ ଚଞ୍ଛା ଅଂଶକୁ ତଳ ଉପର କରି ଚଢ଼ାଇବା l

କଳା(ଳେ)ଇ
ବିଲରୁ କଟା ହୋ‌ଇ ବିଡ଼ା ବିଡ଼ା ବନ୍ଧା ହୋ‌ଇଥିବା ଧାନହଳା l


logo