logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କର୍ମକର୍ମାଣି
ବୈଦିକ ପଦ୍ଧତିରେ ହେ‌ଉଥିବା କର୍ମବିଧି l

କର୍ମକୋଢ଼ି
ଅତି ଅଳସୁଆ l କର୍ମବିମୁଖ l

କର୍ମାଣିଆ
କର୍ମ କର୍ମାଣି କରୁଥିବା ବ୍ରାହ୍ମଣ l

କଳ୍‌କ
କୌଣସି ଚେର, ମୂଳାଦିକୁ ବାଟି କରି ରୋଗ ଉପଶମ କରିବା ପାଇଁ ବ୍ୟବହାର କରିବା ବିଧି l

କଲ୍‌ଣା
ଚାଳଘରର ରୁଅ l

କଳଚି
କୁଳୁଚି, ଧାନ କୁଟା ବେଳେ ଗୋଟା ଚାଉଳର ଗୁଣ୍ଡ ଗୁଣ୍ଡ ଅବସ୍ଥା l

କଳପ
ଲୁଗାରେ ଦିଆଯିବା ମଣ୍ଡ l

କଳନ୍ତର
ଶୁଦ୍ଧ, ସମ୍ଳଶୁଦ୍ଧ l

କଳପବଟ
କାମନା ପୂରଣକାରୀ ବଟବୃକ୍ଷ l କାମନା ପୂରଣ ହେବା ପାଇଁ ଲୋକେ ଏଥିରେ ଡୋର ବାନ୍ଧନ୍ତି ଓ ପୂର୍ଣ୍ଣ ହେଲେ ଡୋର ଫିଟାଇ ଏଠାରେ ଭୋଗରାଗ କରନ୍ତି l

କଳପାଚେଙ୍ଗ
ଚେଙ୍ଗ ଜାତୀୟ ଏକ ପ୍ରକାରର ମାଛ l


logo