logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କରାଟି
କଙ୍କଣ ବା ପାହୁଡ଼କୁ ଦୁଇ ଫାଳିଆ କରି, ଏହାକୁ ପିନ୍ଧିବା ଉପଯୋଗୀ କରାଯିବା ପାଇଁ ଏଥିରେ ବ୍ୟବହୃତ ସୁନା ବା ରୁପା ପାତିଆ l

କରାଣ୍ଡିଆଳୁ
ପାହାଡ଼ିଆ ଅଞ୍ଚଳରେ ହେଉଥିବା ମୂଳ ଜାତୀୟ ଖାଦ୍ୟ ବିଶେଷ l

କରାଲି
ଉଖୁଣି, ଧାନ ବେଙ୍ଗଳାରୁ କୁଟା ଉଖାରିବା ପାଇଁ ବ୍ୟବହୃତ ବଙ୍କା ବାଡ଼ି l

କରିଆ
୧. ଅତିଛୋଟ, ଲୁଗା, ଗାମୁଛା l ୨. ଅଣ ଓସାରିଆ ଓ ଛୋଟଖଦି l ୩. ଜାଲଜାଲୁଆ ଛୋଟଗାମୁଛା l

କରୁଆ
୧. ଛୋଟଥାଳିଆ, ରେକାବି l ୨. ଗଡୁ, ନଳୀ ଲାଗିଥିବା ଧାତବ ଜଳପାତ୍ର l

କରେଇ
୧. ଧାତୁ ତିଆରି ନାଡ଼ଲଗା ଚଟକା ରୋଷେଇ ପାତ୍ର l ୨. ଡ଼ଙ୍ଗା ଭିତରର ପାଣିକୁ ପଦାକୁ କାଢ଼ିବା ପାଇଁ ବ୍ୟବହୃତ ପାତ୍ର l ଏଥିରେ ବେଣ୍ଟ ଲାଗିଥିବା ହେତୁ ଏହାକୁ ବେଣ୍ଟୁଲା କୁହାଯାଏ l

କର୍କଚାଲୁଣ
ମାଟିଆ ଲୁଣ, ସମୁଦ୍ର କୂଳ ଜମିରେ ପଟାଳି କରାଯାଇ ଅମଳ ହେଉଥିବା ଲୁଣ l

କର୍କଟ
୧. ତରାଜୁ କାଠିର ବଙ୍କା ଅଗ l ୨. କଟକଟିଆ ନାଗ l

କର୍ତ୍ତା
୧. ବାହା, ବ୍ରତ,ହୋମ, ଯଜ୍ଞାଦି, ଦେବପୂଜା କାର୍ଯ୍ୟରେ ପ୍ରଧାନ କର୍ମ ସାଧକ ବ୍ୟକ୍ତି, କନ୍ୟା ବା ବରର ପିତା l ୨. ହୋମ, ଯଜ୍ଞ, ଦେବପୂଜାଦି କର୍ମର ପ୍ରଧାନ ବ୍ୟକ୍ତି l

କର୍ମ
ପୂଜା ପାଠ ପ୍ରଭୃତି ଶାସ୍ତ୍ରୀୟ ଅନୁଷ୍ଠାନ l ଧର୍ମକ୍ରିୟା l


logo