logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କରଧନି
ଅଣ୍ଟାସୂତା, ଅଣ୍ଟାରେ ପିନ୍ଧାଯିବା ସୂତା କିମ୍ବା ଧାତୁ ତିଆରି ସୂତା, ଅଣ୍ଟା ବିଛା l

କରପଟି
ଛିଣ୍ଡାକନା, କୌପୁନି l

କରବା
ବଣଆଳୁ, ମାଟି ତଳେ ଫଳେ, ମାଟି ଆଳୁ ପରି ଏହାର ଲଟା l

କରବାଡ଼
୧. ବଡ଼ ଗାଁ ନିକଟବର୍ତ୍ତୀ ଛୋଟ ଗାଁ, ପଡ଼ା l ୨. ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଛୋଟ ଗାଁ l

କରବୀର
କନିଅର ଜାତୀୟ ଫୁଲ ଓ ଗଛ l ଏଥିରେ ଫଳ ପରିବର୍ତ୍ତେ ଛୁଇଁ ହୁଏ l

କରମଙ୍ଗା
ଏକ ପ୍ରକାର ଖାଦ୍ୟ ଉପଯୋଗୀ ଖଟା ଫଳ ଓ ଗଛ l ଏହାର ପାଞ୍ଚଟି ଶିରା ଥାଏ l ଶରତ ଓ ଶୀତ ଋତୁରେ ଏଇ ଫଳ ପାଚେ l

କରମା
୧. ଏକ ପ୍ରକାରର ଯାତ୍ରା, ପୂଜା, ନୃତ୍ୟ l କରମାସାନି ଦେବତା ରୂପେ, ଡାଳଟିଏ ପୋତି ପୂଜା କରାଯାଏ l ଏହା ପାଖରେ ସମୂହ ଗୀତନୃତ୍ୟ କରାଯାଏ l ଏକ କୃଷିଭିତ୍ତିକ ପୂଜା ପରମ୍ପରା l କରମାଗୀତ ଗାନ ସହିତ ନାରୀ ପୁରୁଷ ସମସ୍ତେ ନୃତ୍ୟ କରନ୍ତି l୨. କଡ଼ମା, ଅସମୟରେ ଗଜୁରି ଉଠୁଥିବା ଧାନ ଗଛ ଓ ଧାନ କେଣ୍ଡା l ୩. ଅକାଳରେ ହେଉଥିବା ଫଳ l

କରମୂଲ
ଗହଣା ଇତ୍ୟାଦି ଗଢିବା ନିମିତ୍ତ କାରିଗରକୁ ଦିଆଯିବା ମୂଲ l

କରାସୂତା
ମଙ୍ଗଳ କାମରେ ବାହୁମୂଳରେ ବନ୍ଧାଯିବା ସୂତା, ବ୍ରତ ବା ମଙ୍ଗଳସୂତ୍ର l

କରାଟ
୧. ଧାତୁ ତିଆରି ଛୋଟ ଡିବା l ୨. କୁଣ୍ଡ l ୩. କାଠଚମ୍ପା ଫୁଲ ଓ ଗଛ l


logo